csstore

କେଶରୀୟା ହିନ୍ଦୁ ବାହିନୀର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜ଼ିଲ୍ଲା କାର୍ଯ୍ୟାଳୟ ଠାରେ ନୂତନ ଭାବେ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ସନ୍ତୋଷ ଭୋଳଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ସୁପୁତ୍ର ତଥା ସଂଗଠନର ପୂର୍ବତନ ଜ଼ିଲ୍ଲା ଅଧ୍ୟକ୍ଷ ତଥା ପୂର୍ବତନ କୋର କମିଟି ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳଙ୍କୁ ରାଜ୍ୟ ସଭାପତି ଭାବେ ନବ ନିର୍ବାଚିତ କରାଯାଇଥିବାରୁ ସଂଗଠନର ସଂସ୍ଥାପକ ଅତୁଲ ମିଶ୍ରଙ୍କୁ ଧନ୍ୟବାଦ୍ ଦିଆଯିବା ସହ ଶ୍ରୀ ଭୋଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାକୁ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ସଭାରେ ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଜ଼ିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଜ଼ିଲ୍ଲା ମହା ସଚିବ ସୁନୀଲ ମିଶ୍ର, ଜ଼ିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ ତଥା ଲୋଇସିଂହା ବ୍ଲକ, ଆଗଲପୁର ବ୍ଲକ, ଦେଓଗାଁ ବ୍ଲକ, ସଇଁନ୍ତଲା ବ୍ଲକ ତଥା ବଲାଙ୍ଗିର ଜ଼ିଲ୍ଲାର କାର୍ଯ୍ୟକର୍ତ୍ତାମାନେ ଏବଂ ନଗର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସୁଚାରୁ ରୂପେ ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.