ଅସହାୟ ଦୁର୍ଗାଙ୍କୁ ସହାୟ ହେଲେ ମାହେଶ୍ୱରୀ ଗ୍ରୁପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ଗ୍ରୁପ ବିଭିନ୍ନ ସମାଜିକ ସହାୟତା ପାଇ ଅଂଚଳରେ ବେଶ ଜଣଶୁଣା । ଆଜି କୌଣସି ସୁତ୍ରରୁ ଖବର ପାଇ ସମସ୍ତେ ପହଞ୍ଚିଥିଲେ ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟ ସାମନାକୁ । ସେଠାରେ ପହଞ୍ଚି ଖବର ପାଇଲେ ଯେ, ଜଣେ ସାତ ମାସର ଗର୍ଭବତୀ ସ୍ତ୍ରୀ ଅସହାୟ ଅବସ୍ଥାରେ ଅଫିସ ସମ୍ମୁଖରେ ପଡି ରହିଛନ୍ତି । ନା ଖାଇବାକୁ ଗଣ୍ଡିଏ ନା ମୁଣ୍ଢ ଲୁଚାଇବାକୁ ଚାଳ ଖଣ୍ଡଏ ରହିଛି ତାଙ୍କ ପାଖରେ! ତାଙ୍କୁ ପଚରା ଯିବାରୁ ଜଣା ପଡିଥିଲା ଯେ, ସେ କିଛି ମାସ ପୁର୍ବେ ଜଣେ ଛତିଶଗଡ ଅଂଚଳର ପୁରୁଷ ସହ ବାହା ହୋଇଥିଲେ । କିନ୍ତୁ ବାହାଘରର କିଛ ଦିନ ପରେ ଆର୍ଥିକ ଅବସ୍ଥା ବିଗିଡିବାକୁ ଲାଗିଲ। । ଅନ୍ୟପଟେ ସ୍ତ୍ରୀ ଦୁର୍ଗା ମଧ୍ୟ ଗର୍ଭବତୀ ହେଲେ । ତେବେ ପରିବାର ଖର୍ଚ୍ଚ ବୋଝ ସହି ନପାରି ସେ ଦୁର୍ଗାଙ୍କୁ କୌଣସି ଜାଗାକୁ ନେବାକୁ କହି ବସରେ ବସାଇ ଆଣି ଡିଆରଡିଏ ସମ୍ମୁଖରେ ଓହ୍ଲାଇ ଦେଇ କୁଆଡେ ଚାଲିଗଲେ । ଏପରି ଅବସ୍ଥାରେ ନିରାଶ୍ରୟ ହୋଇ ସେ ପଡି ରହିଥିଲେ । ଅସହାୟ ମହିଳାଙ୍କ ଠାରୁ ସବୁ ବୁଝି ସାରିବା ପରେ ମାହେଶ୍ୱରୀ ଗ୍ରୁପର ସଦସ୍ୟମାନେ ତାଙ୍କୁ ଖାଦ୍ୟପେୟ ଦେଇଥିଲେ । ପରେ ପରେ କଂସାରୀପଡ଼ା ସ୍ଥିତ ଆଶ୍ରୟ ଗୃହକୁ ନେଇ ପୀଡ଼ିତାଙ୍କ ରହିବା ସମସ୍ତ ବ୍ୟବସ୍ଥା କରିଥିଲେ । ଉପସ୍ଥିତ ଲୋକମାନେ ମାହେଶ୍ୱରୀ ଗ୍ରୁପର ଏଭଳି ମହତ କାମକୁ ବେଶ ପ୍ରଶଂସା କରିଥିଲେ । ମାହେଶ୍ୱରୀ ସଂଗଠନ ବିଗତ ତିନି ବର୍ଷ ହେଲା ବିଭିନ୍ନ ସାମାଜି ଦାୟିତ୍ୱ ନେବା ସହ ସହର ତଥା ଆଖପାଖ ଅଂଚଳର ଲୋକଙ୍କ ପାଇଁ କାମ କରିଆସୁଛି । ଡଷ୍ଟବିନ ବଣ୍ଟନ, ପୁର୍ବତନ ସାମରିକ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ କାମ କରିବା, ସହରର ବିଭିନ୍ନ ତଳିଆ ଅଂଚଳରେ ଯାଇ ଅନଲାଇନ ଶିକ୍ଷା ଯୋଗାଇବା, ଗରିବ ଜନସାଧାରଣଙ୍କୁ କରୋନା ସମୟରେ ମାସ୍କ ବଣ୍ଟନ କରିବା ଆଦି କାମ କରିଆସିଛନ୍ତି । ତେବେ ଆଜିର ଏହି ଅସହାୟ ଗର୍ଭବତୀଙ୍କୁ ଆଶ୍ରୟ ଯୋଗେଇବା କାର୍ୟ୍ୟକ୍ରମରେ ମାହେଶ୍ୱରୀ ମହିଳା ଶାଖାର ସଭାପତି ନୁତନ ଦାଶ, ସୋନିଆ ବେଜ, ପ୍ରିତିଶ କୁମାର ସାହୁ, ରାଜ ବାଲେଙ୍କେଶ୍ୱର ନନ୍ଦ, ଆଶିଷ ଜେନା ଏବଂ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.