ରାତିରେ ଚୋରୀ ହୋଇଥିବା ଗାଡି ସନ୍ଧ୍ୟାରେ ଉଦ୍ଧାର : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ରାତିରେ ଚୋରୀ ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀରେ ଜଣେ ସୋସିଆଲ ମିଡିଆ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦନଗର ସ୍ଥିତ ମହାରାଜା କଲୋନୀରେ ରହୁଥିବା ପ୍ରମୋଦ ମହାନ୍ତି (ଲିଟୁ) ସବୁଦିନ ପରି ଗତ ୯ ତାରିଖ ରାତିରେ ତାଙ୍କ ଚାରି ଚକିଆ ଯାନ ଙଊ ୩୩ ଗ ୦୭୭୫ ନମ୍ବର ବିଶିଷ୍ଟ କୃଇଜରକୁ ଘର ନିକଟରେ ରଖିଥିଲେ । ମାତ୍ର ୧୦ ତାରିଖ ସକାଳୁ ଗାଡିଟି ସେଠାରେ ନଥିବାରୁ ବରଗଡ଼ ଟାଉନ ଥାନାରେ ଗାଡିଟି ଚୋରି ହେଇଯାଇଥିବା ନେଇ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅପରାହ୍ନରେ ଲିଟୁଙ୍କ ଡ୍ରାଇଭରଙ୍କ ପାଖକୁ ସମୀର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଫୋନ କରି ଗାଡିଟିର ଠିକଣା ସମ୍ପର୍କରେ ଜାଣିବାକୁ ରାଜ୍ ଶର୍ମା ସହ କଥା ହେବାକୁ କହିଥିଲେ । ପରେ ଲିଟୁ ରାଜ୍ ଶର୍ମା ସହ ଫୋନରେ କଥା ହେବାରୁ ସେ ୪୦ ହଜାର ଟଙ୍କା ଦେଲେ ଗାଡିର ଅବସ୍ଥିତି ଜଣେଇବେ ବୋଲି କହିଥିଲେ । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀରେ ଥିବା ରାଜ୍ ଶର୍ମା କହିଥିଲେ ।

ସନ୍ଧ୍ୟାରେ କାଦୁଅରେ ଫସି ରହିଥିବା ଗାଡିକୁ ବ୍ରହ୍ମଚାରୀରୁ ଉଦ୍ଧାର କରାଯାଇଥିଲା । ତେବେ ଗାଡିକୁ ଉଦ୍ଧାର କରିବା ପରେ ଲିଟୁ ମହାନ୍ତି ଫୋନରେ ଗାଡିର ଠିକଣା ବତେଇବା ଲାଗି ଅର୍ଥ ଦାବୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି । ତେବେ ଫୋନ କଲ ରେକର୍ଡକୁ ଭିତ୍ତି କରି ଗାଡି ଚୋରୀରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ବରଗଡ଼ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.