ଅଜଣା ରୋଗରେ ଚାଷୀ ହତାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ୟ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର, ରସମୁଣ୍ତା, ଡେଙ୍ଗନାଡିହି ଗ୍ରାମରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି, ମହିସା, ଗଣ୍ଠି ପୋକ ସହ ଅଜଣା ରୋଗରେ ଧାନ ଗୁଡିକ ପଚିସଢ଼ି ମାଟିରେ ମିଶିବାକୁ ଗଲାଣି । ବାରମ୍ବାର ଫାରମର୍‌ ଗ୍ରୁପ୍‌ରେ ଚାଷୀମାନେ ଫଟୋ ଚିତ୍ର ସହ ରୋଗ ବାବଦରେ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ପ୍ରକାଶ ଥାଉକି ଏହି ଗ୍ରୁପ୍‌ରେ କୃଷି କାର୍ୟ୍ୟାଳୟର କିଛି ଅଧିକାରୀମାନେ ଜଡିତ ଅଛନ୍ତି । ବାରମ୍ବାର ଚାଷୀ କାନ୍ଧରେ ରାଜ୍ୟ ଓ କେନ୍ଦ୍ର ସରକାର ସହ ଛୋଟ ବଡ ନେତାମାନେ ନିର୍ବାଚନି ବୈତରଣୀ ପାର ହୋଉଥିବା ବେଳେ ଏଠାରେ ଚାଷୀ ମୃତ୍ୟୁ ମୁଖରେ ପଡୁଛି । ବିଗତ ୩ ବର୍ଷ ହେବ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଚାଷୀ ବଞ୍ଚିତ । ରାଜ୍ୟ ସରକାରଙ୍କ ପାତରଅନ୍ତର ନୀତି ବୀମା ଓ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହରଡ ଘଣାରେ ଚାଷୀ । ଦୁର୍ଭାଗ୍ୟର ବିଷୟ ଏହା ଯେ ଏଠିକାର ଜନପ୍ରତିନିଧିମାନଙ୍କର କୃଷକଙ୍କ ପ୍ରତି ଶ୍ରଦ୍ଧା ସହଯୋଗ ନାହିଁ । ମାଗଣା ଔଷଧ ଓ ବୀମା ରାଶି ଯୋଗାଇ ଦେବା ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବୀ ହୁଏ ।

Leave A Reply

Your email address will not be published.