jayashree

ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା, ଏକୀକୃତ ପେନସନ ପୋର୍ଟାଲର ଶୁଭାରମ୍ଭ କଲେ ଉମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା । ପେନସନ ବ୍ୟବସ୍ଥାକୁ ସରଳ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ବଲାଙ୍ଗିରରେ ଶୁଭାରମ୍ଭ ହୋଇଛି ଏକୀକୃତ ପେନସନ ପରିଚାଳନା ପୋର୍ଟାଲ । ଏଥିସହ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସହ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବଲାଙ୍ଗିରସ୍ଥିତ ବି.ବି.ଏମ୍.ସି.ଏଚ୍. ଅଡିଟୋରିୟମଠାରେ ଆୟୋଜିତ ହୋଇଥିଲା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିବା ବେଳେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌର ଅଧ୍ୟକ୍ଷା ଲିକା ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରିତା ବାଗ ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମଞ୍ଚାସୀନ ଥିଲେ । ଏହି ଅବସରରେ ଏକୀକୃତ ପେନସନ ପୋର୍ଟାଲର ଶୁଭାରମ୍ଭ, ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସହ ଲୋକଙ୍କୁ ପେନସନ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା ।

Leave A Reply

Your email address will not be published.