ଜିଲ୍ଲା ସାମାଜିକ ସମୀକ୍ଷକଙ୍କ ଖପ୍ରାଖୋଲ ବ୍ଲକ ଅଂଚଳ ଗସ୍ତ : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ, ପଚାରି ବୁଝିଲେ ସମସ୍ୟା

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଲ ଖପ୍ରାଖୋଲ ବ୍ଲକ ଗସ୍ତ କରି ସାମାଜିକ ସମୀକ୍ଷା ଚାଲିଥିବା ଘୁନସର ପଂଚାୟତର ବିଭିନ୍ନ ଗାଁ ବୁଲିବା ସହ ବିଭିନ୍ନ ପ୍ରକଳ୍ପ ଦେଖିଛନ୍ତି । ଚଳିତ ଥର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରଥମ କରି କନକୋରେଡ୍‌ ସାମାଜିକ ସମୀକ୍ଷା ଆରମ୍ଭ ହୋଇଥିବାରୁ ଶ୍ରମିକମାନଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ କାମର ମାନ ଦେଖିଥିଲେ । ଏହି ଅବସରରେ ଦୁର୍ଗମ ସାନବାଂଜିପାଲି, ଝାଲବାହାଲ, ଚଚରାଭଟା ଗାଁର ବିଭିନ୍ନ ପ୍ରକଳ୍ପ ଦେଖିଥିଲେ । ଅନେକ ହିତାଧିକାରୀ ଗାଇ ଗୁହାଳ, କୂଅ, ପୋଖରୀ ଆଦି କରିଥିଲେ ବି ଦୀର୍ଘ ଦିନ ଧରି ପାଉଣା ପାଇ ନ ଥିବା ଅଭିଯୋଗ କରିଥିଲେ । ଏହି ଅବସରରେ ସାନବାଂଜିପାଲିର ପାହାଡ ଷ୍ଟ୍ରେଂଜ୍‌ ପୋଖରୀ କାମ, ଚଚରାଭଟା ଓ ପୁଟକେଲଚୂଆଁ ଗାଁର ପଥପ୍ରାନ୍ତ ବୃକ୍ଷ ରୋପଣ, ଘୁନସର ଗାଁର କେତେକ ହିତାଧିକାରୀଙ୍କ ମୋ ପୋଖରୀ, ଗାଇ ଗୁହାଳ, ଜମି ଉନ୍ନତି ବୁଲି ଦେଖିଥିଲେ । ଗସ୍ତ ଅବସରରେ ଘୁନସର ସରପଂଚ କପିଳ ବୁଡେକ, ବ୍ଲକ ସାମାଜିକ ସମୀକ୍ଷକ ଅଭୟ ତ୍ରିପାଠୀ, ଘୁନସର ପାଇଁ ନିଯୁକ୍ତ ଭିଆରପି ନିରୁପମା କୁଅଁର, ଇନ୍ଦୁମତୀ ପଧାନ, ଜିଆରଏସ୍‌ ମଦନ ତାଣ୍ଡି, ଗାଁସାଥୀ, ସିଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

??
Leave A Reply

Your email address will not be published.