ସେପ୍ଟେମ୍ବର ୧୪ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଚଳିତ ସେପ୍ଟେମ୍ବର ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ୧୫୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ନିମନ୍ତେ ୮୮ଟି ପରୀକ୍ଷା କେନ୍ଦ୍ର ହେବ । ଉଭୟ ପରୀକ୍ଷାର ଖାତା ଦେଖିବା ପାଇଁ ୨୦ଟି ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କୋଭିଡ଼୍‌-୧୯ ନିୟମାବଳୀ କଡ଼ାକଡ଼ି ପାଳନ ପୂର୍ବକ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ପରୀକ୍ଷା ଅଧିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀମାନେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜେସନ୍‌ କରିବା ସହିତ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଶିକ୍ଷକମାନଙ୍କ ମିଳିତ ଉଦ୍ୟମରେ ପରୀକ୍ଷାର ସୁପରିଚାଳନା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ, କଟକ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.