ମୁଖ୍ୟ ଶାସନ ସଚିବଙ୍କ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ କରିଛନ୍ତି । ସେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟସବୁ କୋଭିଡ଼୍‌ ହସ୍‌ପିଟାଲ୍‌ ବୁଲି ଦେଖିଛନ୍ତି ଏବଂ କୋଭିଡ଼୍‌ ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ପରିଦର୍ଶନରେ ସାମିଲ୍‌ ଥିଲେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ଉଚ୍ଚପଦସ୍ତ ଅଧିକାରୀ ସମୂହ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରାପ୍ତ ହୋଇଛି ।

Leave A Reply

Your email address will not be published.