oom

ପୁଣି ୩ ମାସର ଆଗୁଆ ଭତ୍ତା ଦାବୀ କଲେ ଲୋକ କଳାର ବହୁମୂଖୀ ପ୍ରତିଭାଧାରୀ ଲଲିତ ଜଗତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଦେଶ ତଥା ରାଜ୍ୟରେ ଏବେ ସଟଡାଉନ୍ ଓ ଲକ୍ ଡାଉନ୍ । ବହୁତ ସାଂଘାତିକ ପରିସ୍ଥିତିରେ ସାରା ବିଶ୍ୱ । ସଂକ୍ରମଣ ବଢିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଧନ ଜନ ସମ୍ପତ୍ତି କ୍ଷୟ କ୍ଷତି ହେବା ସତ୍ତ୍ୱେ ରୋଜଗାର ସବୁ ବନ୍ଦ ହୋଇଯାଇଛି । ସରକାରଙ୍କ କୋଭିଡ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ନିୟମ ମାନିବାକୁ ବାଧ୍ୟ । ମାକ୍ସ, ସେନି ଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ନିତାନ୍ତ ଆବଶ୍ୟକ । ଯାହା ପାଖରେ ଖାଇବା ପାଇଁ ଅଛି ସେମାନଙ୍କର କିଛି ଅସୁବିଧା ନାହିଁ । କିନ୍ତୁ ଯାହା ପାଖରେ ନାହିଁ ସେମାନଙ୍କ ପାଖରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଅଛି । ସେମାନଙ୍କ ମଧ୍ୟରୁ କଳାକାର ଜୀବନ ଅନ୍ୟତମ । ସରକାରଙ୍କ ନିୟମ ଅନୁସାରେ ରଙ୍ଗମଞ୍ଚ, ଖୋଲାମଞ୍ଚ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି ଯାହାକି ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ କଳାକାର କରିବେ କଣ । ସରକାରଙ୍କ କଥା ମାନି ଘରୁ କେହି ବାହାରୁ ନାହାନ୍ତି । ଗତ ବର୍ଷ ଲକ୍ ଡାଉନ୍ ଖୋଲିଲା ପରେ କଳାକାର ମାନେ ଖୁସିରେ କିଏ ଗୀତ ଗାଇ, କିଏ ଅଭିନୟ କରି, କିଏ ବାଜା ବଜାଇ ନିଜ କଳା ପ୍ରଦର୍ଶନ କରି କିଛି ପଇସା ରୋଜଗାର କରି ନିଜ ପରିବାରକୁ ପରିପୋଷଣ କରି ଚାଲିଥିଲେ କିନ୍ତୁ ତାହା ଥିଲା କ୍ଷଣକ ପାଇଁ ପୁଣି ଦାଉ ସାଜିଲା କରୋନାର ଦ୍ଵିତୀୟ ଲହରୀ ଏବେ କଳାକାର ମାନଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ । ଯେଉଁ କଳାକାରମାନେ ଦୁଃଖ ସୁଖରେ ମନୋରଞ୍ଜନ କରି ଲୋକମାନଙ୍କୁ ଖୁସି ଦେଇଥାନ୍ତି । ଆଜି ସେହି କଳାକାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଖୁସି ଦେବା ପାଇଁ କେହି ନାହିଁ ଏକା ସାହା ଭରସା ସରକାର ଓ ପ୍ରଶାସନ । ଦୁଃଖର ବିଷୟ ଏଭଳି ପରିସ୍ଥିତିରେ କଳାକାର ଭତ୍ତା ଧାରୀ ୨ ମାସର ଭତ୍ତା ପାଇନାହାନ୍ତି । ଗତ ବର୍ଷ ସରକାର ଆମ ଦାବୀକୁ ଗ୍ରହଣ କରି ଆଗୁଆ ୩ ମାସର ଭତ୍ତା ପ୍ରଦାନ କରିଥିଲେ । ପ୍ରଥମରେ ଏହି ବର୍ଷ ମଧ୍ୟ ଏ ଦୁଇ ମାସର ଭତ୍ତାକୁ ଛାଡି ଆଗୁଆ ୩ ମାସର ଭତ୍ତା ପ୍ରଦାନ କରନ୍ତୁ । ଦ୍ୱିତୀୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିତାଧିକାରୀ ମାନେ ପାଉଥିବା ମାସିକ ଖାଦ୍ୟ ଶସ୍ୟ ବ୍ୟତୀତ ଆହୁରି ୨ ମାସର ମାଗଣା ରାସନ ଦେବାପାଇଁ ଘୋଷଣା କରିଛନ୍ତି । କଳାକାରମାନଙ୍କୁ ମଧ୍ୟ ପଞ୍ଚାୟତ ସ୍ତରରେ ଚିହ୍ନଟ କରି ଏଥିରେ ସାମିଲ କରାଯାଉ କାହିଁକି ନା ବହୁତ କଳାକାର ରାସନ୍ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି । ତୃତୀୟରେ ଗତ ବର୍ଷ ସରକାର କଳାକାରମାନଙ୍କର ଡାଟାବେସ ବ୍ଲକ ସ୍ତରରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ତାହା ଡାଟାବେସ ସହିତ ପଞ୍ଜିକରଣ ହୋଇଛି । ତାକୁ ଆଧାର କରି ଏହି ସମୟରେ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଯେମିତିକି ପଞ୍ଜିକରଣ ହେଇଥିଲେ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ଏହା ବାଦ୍ ଯେଉଁ ବଦାନ୍ୟ ବ୍ୟକ୍ତି ମାନେ ଅଛନ୍ତି ଏଭଳି ପରିସ୍ଥିତିରେ କଳାକାରମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାନ୍ତୁ । ସରକାର ଓ ପ୍ରଶାସନ ହୃଦୟ ସହିତ ବିଚାର କରି ଏହି ଦାବୀ ଗୁଡିକୁ ପୂରଣ କରିବା ସଙ୍ଗେ ସଙ୍ଗେ କଳାକାରମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ବରଗଡ଼ ଜିଲ୍ଲା ସଭାପତି ତଥା ପାଇକମାଳ ବ୍ଲକ କଳାକାର ମହାସଂଘର ସାଧାରଣ ସମ୍ପାଦକ ତଥା ବିକେଏସ୍ଏସ୍ ପାଇକମାଳର ଉପସଭାପତି ଲଲିତ ଜଗତ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.