ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା, ଅଥଚ କାମ ଦେଉନି ବରଗଡ଼ ଜିଲ୍ଲାରେ

ବରଗଡ, (ନିରୋଜ କୁମାର ପାଣୀ) : କୋଭିଡ ଆକ୍ରାନ୍ତ ହୋଇଥିବା ବରପାଲି ବ୍ଲକ ବରିକେଲର ଜଣେ ବ୍ୟକ୍ତି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଗତ ୨୭ ଏପ୍ରିଲରେ ଭର୍ତି ହୋଇଥିଲେ ଓ ଗତ ୨୮ଏପ୍ରିଲେରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ତାହାର ରିପୋର୍ଟ ନାହିଁ । ଆଜିକୁ ସପ୍ତାହେ ହେଲା ବାରମ୍ବାର ରୋଗୀ ଆଡ଼ମିଟ ସମୟରେ ରେଜିଷ୍ଟ୍ରେସନ କରିଥିବା ନମ୍ବରକୁ ଆସୁଛି ଫୋନ କଲ, କହୁଛନ୍ତି ଭୁବନେଶ୍ୱର କୋଭିଡ ହେଲ୍ପଡେସ୍କରୁ କହୁଛନ୍ତି ଓ ବାରମ୍ବାର ପଚାରୁଛନ୍ତି “ଗୋପାଳ ପାଣ୍ଡେ”ଙ୍କ ସ୍ୱାସ୍ଥ୍ୟ ସମସ୍ୟା କିପରି ଅଛି, ଶରୀରରେ ଅକ୍ସସିଜେନ କେତେ ଅଛି, ନିଦ ହେଉଛି କି ନାହିଁ, ଡାଇରିଆ ହେଉଛି କି ନାହିଁ ଏପରି ଅନେକ କିଛି ପଚାରୁଛନ୍ତି । ଦୁଃଖର ବିଷୟ ଯେ ଗୋପାଳ ପାଣ୍ଡେଙ୍କ ପରିବାର ଲୋକେ ବାରମ୍ବାର ତାଙ୍କୁ ଗୋପାଳ ପାଣ୍ଡେ ମୃତ୍ୟୁବରଣ କରିଥିବା କଥା କହିଲା ପରେ ମଧ୍ୟ ସେମାନେ ମୃତ୍ୟୁକୁ ମାନୁନାହାନ୍ତି ଓ ତା’ ପରଦିନ ପୁଣି ଫୋନ କରି ଗୋପାଳଙ୍କ ସ୍ୱାସ୍ଥ୍ୟ କିପରି ଅଛି ବୋଲି ପଚାରୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବରଗଡ଼ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଏବଂ ଓଡ଼ିଶାରେ କୋଭିଡକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ।

Leave A Reply

Your email address will not be published.

3 × four =