ନୂଆଦିଲ୍ଲୀ : ରବି ଶଙ୍କର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ । ରବି ଶଙ୍କରଙ୍କୁ କେନ୍ଦ୍ର ସରକାରଙ୍କର ଏକ କମିଟି ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ କରିଥିବା ବେଳେ ରବି ଶଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଭାବେ କାମ କରୁଥିଲେ । ଏ ସଂକ୍ରାନ୍ତରେ ‘ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ୍ ଟ୍ରେନିଙ୍ଗ’ ଜାରି କରିଥିବା ବିଜ୍ଞପ୍ତି ମୁତାବକ ରବି ଶଙ୍କର ଏହି ପଦରେ ୩ ବର୍ଷ ରହିବେ ।
Prev Post