ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ ଅନ୍ତର୍ଗତ ଚନ୍ଦ୍ରଶେଖରନଗରର କିଛି ଅଂଚଳକୁ ମାଇକ୍ରୋ କନ୍ଟେନ୍ମେଣ୍ଟ ଅଂଚଳ ଘୋଷଣା କରିଛି ଆଜି ଜିଲ୍ଲା ପ୍ରଶାସନ । ପ୍ରାପ୍ତ ସୂଚନା ଅନୁସାରେ ଚନ୍ଦ୍ରଶେଖରନଗରର ଏଲ୍ଆଇସି ଅଫିସ୍ ସାମ୍ନା ଗଳି (ସୁଖୀଶ୍ୟାମ ତ୍ରିପାଠୀଙ୍କ ବାସଗୃହ ଠାରୁ ପ୍ରହ୍ଲାଦ ସାହୁଙ୍କ ବାସଗୃହ ପର୍ଯ୍ୟନ୍ତ) ମାଇକ୍ରୋ କନ୍ଟେନ୍ମେଣ୍ଟ ଅଂଚଳ ଘୋଷଣା କରାଯାଇଛି । ତେବେ ଏହି ଅଂଚଳରେ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି । ସଂପୃକ୍ତ ଅଂଚଳରେ ଅଧିକ ସଂଖ୍ୟକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
Next Post