ବିପ୍ଲବୀ ସଚ୍ଚା ଦୀନବନ୍ଧୁ ବାବୁ ଅମର ରହେ

ଭୁବନେ‌ଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାଲି ଆସିଥିବା ଦୁର୍ନୀତି ଓ ୧୧ ଗୋଟି ଅନ୍ୟାୟ ବିରୋଧରେ ନିର୍ଭିକ ଓ ନିଷ୍ଠାପର ଭାବେ ଦୀର୍ଘ ୨୭ ବର୍ଷ ନିରବିଛିନ୍ନ ଭାବେ ସଂଗ୍ରାମ କରି ଆସି ତା ୨୧ / ୪ / ୨୦୨୧ ରିଖରେ ଅଭିମାନରେ ଆତ୍ମଦାହ କରିଦେଲେ, ପ୍ରଚଣ୍ଡ ‌ସ୍ୱାଭିମାନୀ କବି, ଗାଳ୍ପିକ, ସମାଜସେବୀ ଓ ଜଣେ ଜନ ଦରଦୀ ସ୍ପଷ୍ଟବାଦୀ ମଣିଷ ଦୀନବନ୍ଧୁ ମିଶ୍ର । “ଅକ୍ଷର” ପତ୍ରିକାର ଜଣେ ସଚ୍ଚା ଶୁଭାକାଂକ୍ଷୀ ଭାବେ ସେ ଅତି ନିବିଡ଼ ଥିଲେ । ବିବିଧତାର ସଂସ୍କୃତି ଓ ଧର୍ମନିରପେକ୍ଷତା ପାଇଁ ସୋସିଆଲ ମିଡିଆରେ ସଦାବେଳେ ସ୍ପଷ୍ଟ ସ୍ୱର ଉତ୍ତୋଳନ କରି ଆସୁଥିବା ସଂଗ୍ରାମୀ ସାଥୀ ଦୀନବନ୍ଧୁ ବିଶ୍ୱ ବିଦ୍ୟାଳୟର କୁଳପତି ଓ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କ ଅସହଯୋଗ ଓ ଅଭାଦ୍ରାମୀ ସହ୍ୟ କରି ନପାରି ପ୍ରତିବାଦ ସ୍ୱରୂପ ନିଜ ଦେହରେ ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଥିବା ବେଳେ ମୃତ୍ୟୁ ପୂର୍ବରୁ ସେ ଏଥିପାଇଁ ଦାୟୀ କରିଥିବା ସମସ୍ତ ଆସାମୀଙ୍କ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ସମୂହ ଦାବୀ ହେବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.