jsm

ମହୁଲ କ୍ରୟ ଓ ବିକ୍ରୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହୁଲ ଫୁଲ ସଂଗ୍ରହ ପଶ୍ଚିମ ଓଡିଶାର ଜୀବନ ଜୀବିକା ନିର୍ବାହ କରୁଥିବା ଚାଷୀ ଅଟେ । ସମଗ୍ର ପଦ୍ମପୁର ଅଞ୍ଚଳର ବସବାସ କରୁଥିବା ଛୋଟରୁ ବଡ ଅନେକ ଲୋକ ମହୁଲ ଫୁଲ, ଫଳ ସଂଗ୍ରହ କରିଥାନ୍ତି । ବିଶେଷ କରି ଚାଷୀର ଜମିରେ ଏହି ସଂଗ୍ରହ ହୁଏ । ବିନା ଦ୍ୱିଧାରେ ଆବାହ ମାନ କାଳରୁ ଚାଷୀ ଦୋକାନ, ବଜାରରେ ମହୁଲ କ୍ରୟ ଓ ବିକ୍ରୟ କରୁଥିଲେ । ମହୁଲ ଚାଷରେ ଚାଷୀ ପାଖାପାଖି ୨ ମାସ ସମୟ ଦେଇଥାଏ । ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ପ୍ରତିଦିନ ସକାଳ ୫ ଠାରୁ ଅପରାହ୍ନ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ମହୁଲ ଫୁଲ ସଂଗ୍ରହ କର‌ନ୍ତି ଏଠାକର ବାସି‌ନ୍ଦାମାନେ । ବର୍ତ୍ତମାନ ଚାଷୀ କାନ୍ଦରେ ବନ୍ଧୁକ ରଖି ରାଜକୋଷ ଚଳାଇବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ବିଭାଗ ଯଥା ଅବକାରୀ, ଜଙ୍ଗଲ, ପୋଲିସ ବିଭାଗକୁ ହାତ ବାରିଶି କରି ମହୁଲକୁ ଧର ପଗଡ କରୁଥିବା ବେଳେ ଫଳରେ ଚାଷୀ ବିନା ଦ୍ୱିଧାରେ ମହୁଲ ବିକ୍ରିୟ କରି ପାରୁନଥିବା ଅଭିଯୋଗ ହେଉଛି । ସରକାରୀ ମଦଭାଟି ସର୍ବନିମ୍ନ ମୂଲ୍ୟରେ ମହୁଲ କିଣିବା ସହ ରାଜ୍ୟ ରାଜକୋଷକୁ ଅର୍ଥ ପଠାଉଥିବା ଅନୁମାନ ହୁଏ । ରାଜ୍ୟ ସରକାର ମହୁଲରୁ ଭଲ ରାଜ‌ସ୍ୱ ଆଦାୟ କରନ୍ତି । କୃଷି ଦ୍ରବ୍ୟକୁ କୃଷକମାନେ ବିକ୍ରି କରିବାରେ ଭୟଭୀତ, ଏହା ରାଜ୍ୟ ସରକାରର କୃଷକ ମାରଣା ନୀତି ନୁହେକି ବୋଲି ସାଧାରଣରେ ପ୍ର‌ଶ୍ନ ଉଠୁଛି । ଏପ୍ରସ‌ଙ୍ଗରେ ଆଜି ପଦ୍ମପୁର ସ୍ଥିତ ଲଖମରା ନିକଟରେ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଆଲୋଚନା ହେଉଛି । ଏଣୁ ଚାଷୀ ଚାରିଟି ପ୍ରସ୍ତାବ ସରକାରଙ୍କ ତରଫରୁ ମଣ୍ତି ବ୍ୟବସ୍ଥା, ସହାୟକ ମୂଲ୍ୟ, ପ୍ରତି ପଞ୍ଚାୟତରେ ଅଧିକୃତ କ୍ରେତା, ବିଭାଗୀୟ ନିର୍ଦ୍ଦେଶ ଚାଷୀ ପାଖରେ ପହଞ୍ଚିଇବା ପାଇଁ ଆଦି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସର୍ବଶ୍ରୀ ଚନ୍ଦୁଲାଲ ପ୍ରଧାନ, ବାଜୁବନ ନାୟକ, ରୋହିତ ପ୍ରଧାନ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଶେଷରେ ବୋଡାସମ୍ବର କୃଷକ ସଂଗଠନ ଏହା ମୁଖ୍ୟ ଦାୟି‌ତ୍ୱ ତୁଲାଇବା ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇ ସଭା ସମାପନ ହୋଇଥିଲା ।

yuvodaya
Leave A Reply

Your email address will not be published.