oom

କରୋନାରେ ଦୟାନିଧି ମିଶ୍ରଙ୍କ ଦେହାନ୍ତ : ଶ୍ମଶାନରେ ଶବ ଛାଡ଼ି ଚାଲିଗଲେ ମେଡ଼ିକାଲ କର୍ମଚାରୀ, ପରିବାର ଲୋକେ କଲେ ଶବଦାହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରେ କରୋନାରେ ସ୍ଥାନୀୟ ପ୍ରତାପସାଗରପଡ଼ା ନିବାସୀ ଦୟାନିଧି ମିଶ୍ର(୫୬)ଙ୍କ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କ ଦେହାନ୍ତ ହେବା ପରେ ଆଜି ପାଖାପାଖି ଭୋର୍‌ ୪ଟା ସମୟରେ ମେଡ଼ିକାଲ କର୍ମଚାରୀ ତାଙ୍କ ଶବକୁ ଶ୍ମଶାନରେ ଛାଡ଼ି ଚାଲି ଯାଇଥିବା ବେଳେ ପରିବାର ଲୋକେ ଶବଦାହ କରିଥିବା ଅଭିଯୋଗ ହୋଇଛି । ସ୍ୱର୍ଗତ ଦୟାନିଧିଙ୍କ ନିକଟ ସଂପର୍କୀୟ ସ୍ୱୟଂସେବକ, ଦେବୋତ୍ତର ବଲାଙ୍ଗିର ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଦତ୍ତାନନ୍ଦ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ଭୋର୍‌ ୪ଟା ସମୟରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଦୟାନିଧିଙ୍କ ଶବକୁ ଆଣି ଟିଟିଲାଗଡ଼ ରୋଡ଼ ସ୍ଥିତ ଶ୍ମଶାନରେ ଛାଡ଼ି ଦେଇ ମେଡ଼ିକାଲ କର୍ମଚାରୀ ଚାଲିଯିବା ପରେ ଦୀର୍ଘ ଘଂଟାଧିକ କାଳ ପରିବାର ସଦସ୍ୟ ଅପେକ୍ଷା କରିଥିଲେ ମଧ୍ୟ ଦାହ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ବାଧ୍ୟ ହୋଇ ପରିବାର ସଦସ୍ୟମାନେ ଶବ ସତ୍‌କାର କରିଥିବା ସେ ଜଣାଇଛନ୍ତି । ତେବେ ଅତ୍ୟନ୍ତ ସଂକ୍ରାମକ କରୋନା ମହାମାରୀରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍‌କାର ଦିଗରେ ପ୍ରଶାସନର ଅବହେଳା ଆଜି ପଦାରେ ପଡ଼ିଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.