csstore

ପିପିଲି ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ୧୧୦-ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସେମାନେ ହେଲେ ଆଶ୍ରିତ ପଟ୍ଟନାୟକ, ସମ୍ବିତ୍ ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର, ଅଶୋକ ପ୍ରଧାନ, ସନ୍ତୋଷ କୁମାର ଦାସ, ରୁଦ୍ର ପ୍ରତାପ ମହାରଥୀ, ମହମ୍ମଦ ଇମାମ୍ଉ ଉଦ୍ଦିନ୍, ଜୟ ପ୍ରକାଶ ସେଠୀ, ଅଜିତ୍ ମଙ୍ଗରାଜ, ଦୀପକ କୁମାର ଦାସ, ନଗେନ୍ଦ୍ର ନାଥ ମିଶ୍ର, ସ୍ଵପ୍ନେଶ୍ଵର ନାୟକ, ସୁଲୋଚନା ସାହୁ, ପ୍ରିୟ ରଞ୍ଜନ ମିଶ୍ର ଓ ପିଙ୍କଲିନ୍ ମହାନ୍ତି । ଆଜି ଅର୍ଥାତ ତା.୩୧.୦୩.୨୦୨୧ରେ ପ୍ରାର୍ଥୀପତ୍ର ସେଗୁଡିକର ଯାଞ୍ଚ କରାଯିବ ଓ ଆସନ୍ତା ତା.୦୩.୦୪.୨୦୨୧ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଅର୍ଥାତ୍ ତା.୩୦.୦୩.୨୦୨୧ରେ ସର୍ବାଧିକ ୧୨ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପୂର୍ବରୁ ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆସନ୍ତା ତା.୧୭.୦୪.୨୦୨୧ରେ ପିପିଲି ବିଧାନସଭା ଆସନ ନିମସନ୍ତ ଭୋଟ ଗ୍ରହଣ ଅନୁ‌ଷ୍ଠିତ ହେବ ଏବଂ ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

jayashree
Leave A Reply

Your email address will not be published.