ଉଦଯାପିତ ହେଲା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା : ଶ୍ୱେତକୁମାର ପ୍ରଧାନ ପାଇଲେ ‘ବୌଦ୍ଧ ବାର୍ତ୍ତାବହ’ ସମ୍ମାନ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ବାରା ସୁକାନ୍ତ ପଟ୍ଟନାୟକଙ୍କ ଆବାହକତ୍ବରେ ସ୍ଥାନୀୟ ଟାଉନହଳ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ରବିବାର ଉଦଯାପିତ ହୋଇଯାଇଛି । କାର୍ୟ୍ୟକ୍ରମର ଉଦଯାପନୀ ସଂନ୍ଧ୍ୟାରେ ଫୋରମ ସଭାପତି ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ଡ. ଜ୍ୟୋତିରଂଜନ ବହିଦାର ମୁଖ୍ୟ ଅତିଥି ଏବଂ ଐତିହାସିକ ବିଶେଶ୍ବର ପୃଷ୍ଟି ଓ ସମ୍ବଳପୁର ପ୍ରମେୟ ସଂସ୍କରଣ ମୁଖ୍ୟ ଶ୍ବେତକୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା ଆୟୋଜନ ସଂପର୍କରେ ଅଭିଭାଷଣ ରଖିଥିଲେ ।

ଫୋରମ ସଂପାଦକ ଯୁଗଲ କିଶୋର ସାମଲ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଫୋରମର ବାର୍ଷିକ ମୁଖପତ୍ର ‘ବୌଦ୍ଧ ବାର୍ତ୍ତାବହ’ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ସାମାଜିକ କର୍ମୀ ପୂଜାରାଣୀ ପାତ୍ର, ସମାଜସେବୀ ଯଦୁ ବିହାରୀ ବାଘ, ପ୍ରଶାନ୍ତ ପଣ୍ତା, ତୀରନ୍ଦାଜ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, ସାହିତ୍ୟିକ ରମେଶ ମେହେର, ସାମ୍ବାଦିକ ସତ୍ୟନାରାୟଣ ପାଣିଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ବେତକୁମାର ପ୍ରଧାନଙ୍କୁ ‘ବୌଦ୍ଧ ବାର୍ତ୍ତାବହ’ ସମ୍ମାନ ପ୍ରଦାନ କରାଯାଇଥିଲା । ସାମ୍ବାଦିକ ସତ୍ୟଜିତ ପଣ୍ତା ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ । ମେଳାରେ ବୌଦ୍ଧ ଜିଲ୍ଲାର କବି ଲେଖକ ଓ ପ୍ରକାଶକ ମାନଙ୍କ ପ୍ରକାଶିତ ପୁସ୍ତକ ଓ ପତ୍ର ପତ୍ରିକା ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.