ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମହାନ ନାଟ୍ୟଗୁରୁ କୋସଲି ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଲୋକାର୍ପିତ ହୋଇଯାଇଛି । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀର ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଧାୟକ ତଥା ଦୈନିକ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଭଗବାନ ସାହୁଙ୍କୁ ଏ ମାଟିର ବରପୁତ୍ର ବୋଲି ଅବିହିତ କରିଥିଲେ ।

ସମ୍ମାନୀତ ଅତିଥିରୂପେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇ ସୁରେନ୍ଦ୍ର ସାଏ ନାଟକର ମହତ୍ୱ ଓ ଭଗବାନ ସାହୁଙ୍କ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର ଅତିଥିଙ୍କୁ ‌ସ୍ୱାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ନାଟ୍ୟକାର କେଶରଂଜନ ପ୍ରଧାନଙ୍କ ସଂଯୋଜନାରେ ସୁରେନ୍ଦ୍ରବୀର ଭୁବନ ଭୋଇଙ୍କ ଗୁରୁ ବନ୍ଦନା ପରେ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଦଧିବାବନ ଶତପଥୀ ସୀତାଚୋରୀ ନାଟକର ଗୀତ ଗାନ କରି ଦର୍ଶକଙ୍କ ମନରେ ଅତୀତର ସ୍ମୃତିକୁ ଜାଗୃତ କରିଥିଲେ । ରବିନ୍ ଲୁଲୁ ଦାସଙ୍କ ରଚିତ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହାପରେ ସଂପାଦକ ପ୍ରଦୀପ ଦେବତା କମିଟୀର ପରବର୍ତ୍ତୀ କାର୍ୟ୍ୟପନ୍ଥା ଉପରେ ସମ୍ୟକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସୁରେଶ୍ଵର ଶତପଥି, ପ୍ରୀତମ ସିଂ, ମାମରାଜ ସ୍ୱାଇଁ, ତେଜରୁ ବାରିକ, ରୋହିତ ଦାଶ, ଶେସନ ବିଶି, ନୀତିଶ ଆଚାର୍ୟ୍ୟ, ଅଶୋକ ବହିଦାର, କୁମ୍ଭାରୀ ଗ୍ରାମର ଭଗବାନ ସାହୁ ପ୍ରେମୀ ପ୍ରମୂଖଙ୍କ ସହିତ କମିଟୀର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.