ଆଶୁକବି ହେମନ୍ତ ଦାଶ ପାଇଲେ ରାଜ୍ୟ ସ୍ତରୀୟ କବିତା ସମ୍ମାନ-୨୦୨୧

ତୁଷୁରା, (ଅଜିତ କୁମାର ସାହୁ) : ଗତ ୨୧ ତାରିଖ ଦିନ କଟକ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଓ ଅଗ୍ନି ସ୍ଫୁଲିଙ୍ଗ, ରାଉରକେଲାର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ତୋଷରାର ଆଶୁକବି ହେମନ୍ତ ଦାଶ, ନିଷାନ୍‌ର ସଂପାଦକଙ୍କୁ ରାଜ୍ୟ ସ୍ତରୀୟ କବିତା ସମ୍ମାନ-୨୦୨୧ରେ ସମ୍ମାନୀତ ହୋଇଛନ୍ତି। ପ୍ରତିଷ୍ଠାତା ସମ୍ପାଦକ କବି ସାରଥୀ ଶ୍ରୀଚନ୍ଦନ ମହାପାତ୍ର, ସୁଦର୍ଶନ ମହାପାତ୍ର ଅଗ୍ନିସ୍ଫୁଲିଙ୍ଗର ସଂପାଦକ, ମୁଖ୍ୟ ଅତିଥି ପ୍ରାକ୍ତନ ସାଂସଦ ତଥା ବିଶିଷ୍ଠ କବି ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଓ ସଭାପତି ଆର୍ୟ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଏବଂ ନୀଳଗିରିର ରାଜା ରାଣୀ ଶ୍ରୀ ଦାଶଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏ ଖବର ଶୁଣି ତୋଷରା ତଥା ଓଡିଶାର ବିଭିନ୍ନ ଅଞ୍ଚଳରୁ ଶ୍ରୀ ଦାଶଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.