jayashree

ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ ପରିସରରେ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ବ୍ଲକ୍‌ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରଦୀପ ଜାଳି ଶିବିରକୁ ଉଦ୍‌ଘାଟନ କରିଥିଲେ । ବିଡିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏବିଡିଓ ପ୍ରଦୀପ୍ତ ନାୟକ, ଓରମାସ୍‌ର ଜିଲ୍ଳା ସଂଯୋଜକ ପ୍ରୀୟଦର୍ଶନ ଜେନା, ମିଶନ ଶକ୍ତି ମହିଳା ମହାସଂଘ ସଂପାଦିକା ବାସନ୍ତୀ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଜୀବିକା ମିଶନର ଡେଲାଙ୍ଗ ବ୍ଲକ ଭାରପ୍ରାପ୍ତ ଅଧିକାରୀ ଅନଙ୍ଗ ସେନ୍‌ ତାଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଜି ସମୁଦାୟ ୧୪୬ ଜଣ ବେକାର ଯୁବକ ଯୁବତୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ସିଲେଇ ମେସିନ୍‌, ସେଲ୍ସ ରିଟେଲର, ବିପିଓ, ହୋଟେଲ ମ୍ୟାନେଜମେଣ୍ଟ୍‌, ମୋଟର ବାଇଡିଙ୍ଗ୍‌, ହସ୍‌ପିଟାଲିଟି ଆଦି ଟ୍ରେଡ୍‌ରେ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଏହି ଯୁବକଯୁବତୀମାନଙ୍କ ଦରଖାସ୍ତଗୁଡ଼ିକ ପ୍ରଶିକ୍ଷଣ ଓ ନିଯୁକ୍ତି ପାଇଁ ଗ୍ରହଣ କରିଛନ୍ତି ବୋଲି ଓଏଲ୍‌ଏମ୍‌ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ତାଡ଼ ସୂଚନା ଦେଇଛନ୍ତି । ଏହି ଟ୍ରେଡ଼ରେ ପଶିକ୍ଷଣ ନେବାକୁ ହେଲେ ପ୍ରାର୍ଥୀ ଓ ପ୍ରାର୍ôଥନୀଙ୍କ ବୟସ ୧୮ରୁ ୩୫ ବର୍ଷ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍‌ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ହେବା ଆବଶ୍ୟକ ବୋଲି ଓରମାସ୍‌ ଜିଲ୍ଲା ସଂଯୋଜକ ଶ୍ରୀ ଜେନା କହିଛନ୍ତି । ବିଭିନ୍ନ ଟ୍ରେଡ଼ରେ ସର୍ବନିମ୍ନ ୩ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ପରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ମିଳିବ ବୋଲି ବିଡିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ତେବେ ସୂଚନା ଅନୁଯାୟୀ ଗତବର୍ଷ ୩ ଶହ ଜଣ ବେକାର ଯୁବକ ଯୁବତୀଙ୍କୁ ପଞ୍ଜିକୃତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୪୯୩ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନପୂର୍ବକ ବିଭିନ୍ନ କମ୍ପାନୀରେ ନିଯୁକ୍ତି ମିଳିପାରିଛି ବୋଲି ଓଡ଼ିଶା ବିକାଶ ମିଶନ ଡେଲାଙ୍ଗ ବ୍ଲକ୍‌ ପ୍ରକଳ୍ପ ମ୍ୟାନେଜର ଅନଙ୍ଗସେନ୍‌ ତାଡ଼ ସୂଚନା ଦେଇଥିଲେ ।

Leave A Reply

Your email address will not be published.