ଗଛରେ ବାଡେଇ ହେଲା ସ୍କୁଟି : ସ୍କୁଟି ଚାଳକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଗଛରେ ବାଡେଇ ହେବା ପରେ ଚାଳକ‌ ଗୁରୁତର ହୋଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ କରୁଛି । ମୃତ ଚାଳକ ଜଣକ ହେଲେ ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ପ୍ରସନ୍ନ କୁମାର ସାହୁ ବୋଲି ଜଣାପଡିଛି ।

Leave A Reply

Your email address will not be published.