csstore

ନୂତନ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଜି.ପି ହାଇସ୍କୁଲ ପରିସରରେ ନୂତନ ବିଦ୍ୟାଳୟ ପରିଚାଲନା କମିଟୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ନୂତନ ସଭାପତି ଭାବେ ଦୁର୍ଦ୍ଦକ୍ଷ ହଂସଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିବା ବେଳେ ପୂର୍ବତନ ସଭାପତି ମଧୁସୁଦନ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଜଗତମୋହନ ନାଗ, ସରପଂଚଙ୍କ ପ୍ରତିନିଧି ଝସକେତନ ମହାନନ୍ଦ, ସମିତି ସଭ୍ୟାଙ୍କ ପ୍ରତିନିଧି ଉତ୍ତର ତାଣ୍ଡି, ରାମଚନ୍ଦ ବିସି, ଶିକ୍ଷକ ଶିବରାମ ସ୍ୱାଇଁ, ଅନିଲ ମାଝି, ଦିଲିପ ପୁଟେଲ, ତରୁଣୀ ବାଗଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.