jayashree

ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୬ ର ୫ମ ସନ୍ଧ୍ୟା

  • ମାଦଳ ଧୂମସା ବାଜାରେ ଦୁଲୁକିଲା ମଞ୍ଚ

ବାରିପଦା, (ଦେବସ୍ମିତ ଚୌଧୁରୀ ) : ସ୍ଥାନୀୟ ଭଞ୍ଜପୁର ଠାରେ ଆୟୋଜିତ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା – ୨୦୨୬ ର ୫ମ ସନ୍ଧ୍ୟାରେ ପ୍ରଥମେ ଆଧାର ପବ୍ଲିକ ସ୍କୁଲ, ଭଞ୍ଜପୁରର ଛାତ୍ରଛାତ୍ରୀମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ପରେପରେ କୁଇନ ଡ୍ୟାନ୍ସ ଗ୍ରୁପ, ଠାକୁରାଣୀସାହିର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଓଡିଶା ମୁଣ୍ଡା ଷ୍ଟୁଡେଣ୍ଟସ ଏସୋସିଏସନର ସଭାପତି ମଙ୍ଗଲ ସିଂଙ୍କ ମାର୍ଗଦର୍ଶନରେ ଓଡିଶା, ଝାଡ଼ଖଣ୍ଡ ଓ ବେଙ୍ଗଲର ସାଂସ୍କୃତିକ ଦଳ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ମୁଣ୍ଡାରୀ ଫିଲ୍ମ ଜଗତର ତାରକା ସାମଲ ସିଂ ମୁଖ୍ୟ ଆକର୍ଷଣ ଥିଲେ । ପରେପରେ ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟସ ଏସୋସିଏସନର ନୃତ୍ୟ ଗୀତରେ ମେଳା ପଡିଆ ଦୁଲୁକିଥିଲା । ଏସୋସିଏସନର ସଭାପତି ସୁକୁଲାଲ ମାର୍ଣ୍ଡିଙ୍କ ନେତୃତ୍ୱରେ ମୟୂରଭଞ୍ଜ, ବେଙ୍ଗଲ ଝାଡ଼ଖଣ୍ଡର କଳାକାରଙ୍କ ନୃତ୍ୟଗୀତରେ ଝୁମିଲେ ଦର୍ଶକ । ସମ୍ପାଦକ କିଶୋର ପଲେଇଙ୍କ ଦିଗ ଦର୍ଶନରେ ଡ ପ୍ରୀତମ ପଣ୍ଡା, ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା କାଲି ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅନଲି ୱାନ ଡ୍ୟାନ୍ସ ଗ୍ରୁପ, ଶାନ୍ତି ବିଦ୍ୟାମନ୍ଦିର ଓ ଡ୍ରପ ବିଟ ଡ୍ୟାନ୍ସ ଗ୍ରୁପର କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି । ଏହି ଅବସରରେ ୪ର୍ଥ ରୁ ୭ମ ଶ୍ରେଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରୁଦ୍ରାକ୍ଷୀ ରିତୁପର୍ଣ୍ଣା ପଣ୍ଡା, ଆରିକା ମହାପାତ୍ର ଓ ସମୀକ୍ଷା ପାଢ଼ୀଙ୍କୁ ଉପଦେଷ୍ଟା କମିଟିର ଉପାଧ୍ୟକ୍ଷ ନନ୍ଦିକେଶ ଶେଜପଡାଙ୍କ ହାତରେ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.