
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ବିଶେଷଜ୍ଞା ଡାକ୍ତର ଶୁଭ୍ରାସରିତା ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଚିକିତ୍ସା କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ଅନ୍ଧାରିବାଞ୍ଜି, ଗଜବନ୍ଧ, ସମଲେଇଚୁଆଁ ଓ ତମାମୁରା କ୍ଲଷ୍ଟରର ୨୨୮ ଜଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୧୨୩ ଜଣ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ ପାଇଁ ସୁପାରିଶ କରାଯାଇଥିଲା । ୯ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁରକୁ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ଅଧିକାରୀ ବିଦ୍ୟାଧର ସାହୁ ଓ ତ୍ରିଲୋଚନ ନେତ୍ରାଳୟର ଚକ୍ଷୁ ସହାୟିକା ଲିସା ସତମଲ୍ଲିକ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଆଶିଷ ଗୋୟାଲ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ, ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ସାହୁ ଓ ଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ରଣା, ଶିକ୍ଷକ କଳାକାହ୍ନୁ ରଣା, ପ୍ରମୋଦ ପଧାନ, ପ୍ରଦୀପ ତରିଆ, ହୃଷିକେଶ ବରିହା, ପୂର୍ଣ୍ଣଚନ୍ଦ୍ର ବଢ଼େଇ, କୁଶ ପୁଟେଲ, ତୁଳସୀରାମ ଭୋଇ, ଗୋବିନ୍ଦ ସାହୁ, ପ୍ରଶାନ୍ତଜ୍ୟୋତି ପ୍ରଧାନ, ନିତାଇ ମଟାରୀ, ମୋହନଚରଣ ନାଏକ, ବିଜୟାନନ୍ଦ ବେହେରା, ନିର୍ମଳ ପାତ୍ର, ଶିକ୍ଷୟିତ୍ରୀ ପଦ୍ମାବତୀ ହାତୀ, ପ୍ରମିତା ପଧାନ, ଅମୂଲ୍ୟ ଝାଙ୍କର, କର୍ମଚାରୀ ସୁବାସ ଭୋଇ, ଦାରାସିଂ ଛେଛୁଆଁ, କିରଟି ନାଏକ ଓ ପାଚିକାମାନେ ସହଯୋଗ କରିଥିଲେ । ତମାମୁରା ସିଆରସିସି ଶୁଭଲାଲ ସାହୁ ଓ ଅନ୍ଧାରିବାଞ୍ଜି ସିଆରସିସି ଚିତ୍ତରଞ୍ଜନ ଠାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।