jayashree

ରୋଟାରୀ ଷ୍ଟିଲ୍ ସିଟି କ୍ଲବ ପକ୍ଷରୁ ଇଣ୍ଟରାକ୍ଟ କ୍ଲବର ଚାର୍ଟର ପ୍ରଦାନ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଷ୍ଟିଲ୍ ସିଟି କ୍ଲବ, ରାଉରକେଲା ଦ୍ୱାରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦାଠାରେ ନୂତନ ଭାବେ ଗଠିତ ଇଣ୍ଟରାକ୍ଟ କ୍ଲବର ଚାର୍ଟର ପ୍ରଦାନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିୟାନ ଆଲମ ସିଂ ରୁପ୍ରା ମୁଖ୍ୟ ଅତିଥି ଏବଂ ରୋଟାରିୟାନ ହରପାଲ ରୁପ୍ରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୁତିକାନ୍ତ ସାହୁଙ୍କୁ ସଭାପତି ଏବଂ ଓମ ପ୍ରକାଶ ସାହୁଙ୍କୁ ସମ୍ପାଦକ ଭାବେ ଶପଥ ପାଠ କରାଯାଇଥିଲା । ଅନ୍ୟ ୧୮ ଜଣ ଛାତ୍ର କ୍ଲବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ‘ନିଜ ସ୍ୱାର୍ଥ ପୂର୍ବରୁ ସେବା’ ମନ୍ତ୍ରରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନ ଶିକ୍ଷକ ଏସ୍‌ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରୋଟାରିୟାନ ଡା. ଅଞ୍ଜନା ମହିତ୍ର ଇଣ୍ଟରାକ୍ଟ ବିଷୟରେ ସୂଚନା ଦେଇଥିଲେ । ସଭାପତି ଡା. ସରିତା ମଲ୍ଲ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ରୋଟାରିୟାନ ଟୁନି ଦେବୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଅଳକା ସାମଲ ଓ ଏସ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.