jayashree

କାଳିଆପଡ଼ା ଘାଟିରେ ଅଟକିଲା ଟ୍ରଲର : ରାୟଗଡ଼ା–କାଶିପୁର ମୁଖ୍ୟ ରାସ୍ତା ଜାମ୍

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କାଶୀପୁର ସ୍ଥିତ କାଳିଆପଡ଼ା ଘାଟିରେ ଆଦିତ୍ୟ ବିର୍ଲା କମ୍ପାନୀକୁ ଯାଉଥିବା ଏକ ଟ୍ରଲର ରାସ୍ତା ମଝିରେ ଅଟକି ରହିବା ଫଳରେ ରାୟଗଡ଼ା–କାଶିପୁର ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରଭାବିତ ହେବା ସହ ଯାତ୍ରୀ ଓ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଳିଆପଡ଼ା ଘାଟି ଦେଇ ରାୟଗଡ଼ା ଓ କାଶିପୁର ମଧ୍ୟରେ ପ୍ରତିଦିନ ବହୁ ଯାନବାହନ ଯାତାୟାତ କରୁଥିବା ବେଳେ ରାସ୍ତା ମଝିରେ ଭାରୀଯାନ ଅଟକି ରହିବା ଯୋଗୁଁ ସାଧାରଣ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ଘାଟି ରାସ୍ତାରେ ଏଭଳି ଭାରଶଯାନ ଅଟକି ରହିବା ଦ୍ୱାରା ଅନ୍ୟ ଯାନବାହନର ଚଳାଚଳରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି । ତେଣୁ ଅଟକି ରହିଥିବା ଟ୍ରଲରକୁ ଶୀଘ୍ର ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଯାତ୍ରୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.