
ବୀରମିତ୍ରପୁର, (କେପିଏନ୍ଏସ୍) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଅଞ୍ଚଳର ଯୁବ ବିଧାୟକ ରୋହିତ ଜୋସେଫ ତିର୍କୀ । ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ଓ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନଙ୍କ ସହ ଆଲୋଚନା କରିଥିଲେ । ବିଧାୟକଙ୍କ ଗସ୍ତ ଅବସରରେ ନବନିର୍ବାଚିତ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଏହି ସ୍ୱଚ୍ଛତାମୂଳକ ପଦକ୍ଷେପକୁ ବିଧାୟକ ଉଚ୍ଚ ପ୍ରଶଂସା କରିବା ସହ ଏଭଳି ସାମାଜିକ କାର୍ଯ୍ୟରେ ଯୁବପିଢ଼ିଙ୍କ ସକ୍ରିୟ ଭାଗୀଦାରିକୁ ସ୍ୱାଗତ କରିଥିଲେ । ଆଲୋଚନା ସମୟରେ ମହାବିଦ୍ୟାଳୟର ଆର୍ଥିକ ସମସ୍ୟା ଏବଂ ବିଦ୍ୟୁତ୍ ଯୋଗାଣ ପାଇଁ ୧୫୦ କେଭିଏ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମରର ଆବଶ୍ୟକତା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା । ଏହି ସମସ୍ୟାଗୁଡ଼ିକୁ ଆଗାମୀ ଦିନରେ ବିଧାନସଭାରେ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ ରୋହିତ ଜୋସେଫ ତିର୍କୀ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ଶଶି ସାଗର, ଆଇନ ପରାମର୍ଶଦାତା ତଥା ଆଲୁମିନି ସଂଘର ସଭାପତି ମହମ୍ମଦ ଏଜାଜ ଆଲମ, ସମ୍ପାଦକ ଚୈତନ ତିୱାରୀଙ୍କ ସମେତ ଛାତ୍ର ସଂସଦର ସଭାପତି ପ୍ରିୟ ସାହୁ, ଉପସଭାପତି ପ୍ରତିଭା କେରକେଟା, ସମ୍ପାଦକ ସୃଷ୍ଟି ମିଞ୍ଜ, ଯୁଗ୍ମ ସଚିବ ମମତା ଇନ୍ଦୱାର, ସାଂସ୍କୃତିକ ସଚିବ ଯୁଗଳ ମିଞ୍ଜ, ଡେ ସ୍କଲାର ସଚିବ ସାରିକ ଆଲମଙ୍କ ସହ ଛାତ୍ରନେତା ଜାନୁ ଆଲମ, ଧୋନି, ପୁଷ୍କର ଓ ଶ୍ରଦ୍ଧା ଉପସ୍ଥିତ ଥିଲେ ।