jayashree

ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନ୍ୟାସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ପାର୍କରେ ଥିବା ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ ଟ୍ରଷ୍ଟି ଭାବେ ୫ ଜଣ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିଲା । ନ୍ୟାସର ସଭାପତି ତଥା ମ୍ୟାନେଜିଂ ଟ୍ରଷ୍ଟି ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିପ୍ରଚରଣ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଭାଗିରଥି ନାୟକ, ପ୍ରଦୀପ କୁମାର ପତି, ସନ୍ତୋଷ କୁମାର ମହାପାତ୍ର, ମହାବୀର ପ୍ରସାଦ ନାଥ, ଶୁଭ୍ରାଂଶୁ ମିଶ୍ରଙ୍କୁ ନୂତନ ଟ୍ରଷ୍ଟି ଭାବେ ଗ୍ରହଣ କରାଯାଇଥିଲା । ଅନ୍ୟ ଟ୍ରଷ୍ଟିଙ୍କ ମଧ୍ୟରେ ଉପସଭାପତି ପିତାମ୍ବର ଲେଙ୍କା, ମୁଖ୍ୟ ସଂଯୋଜକ ବିମଳ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନାର ନିଷ୍କର୍ଷ ଅନୁଯାୟୀ ପାର୍କର ଉନ୍ନତିକରଣ ସ୍ୱଚ୍ଛତା, ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା ସହ ଆଗାମୀ ଦିନରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ, ଉକ୍ତ ଅନୁଷ୍ଠାନ ତରଫରୁ ଯୋଗଗୁରୁ ଶରତ ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ଯୋଗ ପ୍ରଶିକ୍ଷଣ ଦିଆଯାଉଛି । ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସ୍ୱାଗତ ଭାଷଣ ସହ ବୈଠକର ଆଭିମୁଖ୍ୟ ଓ ଶେଷରେ ଉପସଭାପତି ଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ସନ୍ତୋଷ ମହାନ୍ତି, ଜ୍ୟୋସ୍ନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.