jayashree

ଲଉଡ଼ିଦର୍ହାରେ ଭସାଣି ଯାତ୍ରା ସହ ସମାପନ ହେଲା କୁମାର ପୂର୍ଣ୍ଣିମା ରାବଣପୋଡ଼ି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ଗ୍ରାମରେ ଅନୁଷ୍ଠିତ ୩୪ତମ କୁମାର ପୂର୍ଣ୍ଣିମା ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଚଳିତ ବର୍ଷର ପୂଜାରେ ବ୍ୟୟବହୁଳ ଖର୍ଚ୍ଚରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ନପ୍ରସାଦ ସମସ୍ତଙ୍କର ମନ ଛୁଇଁଥିଲା । ଏହି ପୂଜାରେ ରୋହନ ଭୋଇ, ସିଲକି ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ପଣ୍ଡିତ ମନୋଜ ପାଢ଼ୀ, ଖଗେଶ୍ୱର ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଉତ୍ସବରେ ପଦ୍ମପୁରର ବରିଷ୍ଠ ଆଇନ ପରାମର୍ଶ ଦାତା ଯୋଗେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ । ରାବଣପୋଡ଼ି ଉତ୍ସବ ଗାଁର ଏକତା ଓ ଭାଇଚାରାର ପର୍ବ ବୋଲି କହିଥିଲେ । କର୍ତ୍ତା ରୋହନ ଭୋଇ ଚାଳିଶ ଫୁଟ ଉଚ୍ଚ ରାବଣ ପ୍ରତି କୃତି ଅଗ୍ନି ସଂଯୋଗ କରିଥିଲେ । ଏହି ଅବସରରେ ଆତସବାଜି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ରାବଣ ପୋଡ଼ି ଦେଖିବାକୁ ଆଖପାଖ ଗ୍ରାମ ଓ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଜଗଦଲପୁର୍ ପୋଲିସ ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ । ପୋଲିସ ମୁତୟନ କରାଯାଇଥିଲା । ପୂଜା କମିଟି ସଭାପତି କିଶୋର ସାମଲ,ସମ୍ପାଦକ ରାମଦାସ ମାଝୀ, ନରେଶ ଠାକୁର, ମନୋଜ ପ୍ରଧାନ, ରାଜକୁମାର ଭୁଏ, ଅକ୍ଷୟ ଭୁଏ, ରାହୁଲ ଭୋଇ, ସୁଶାନ୍ତ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.