jayashree

ଡେଲାଙ୍ଗରେ ଗଜଲକ୍ଷ୍ମୀ ପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ବଜାର ଓ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ସମେତ କୁମାର ପୂର୍ଣ୍ଣିମା ଉତ୍ସବ ଧୂମ୍‌ଧାମରେ ପାଳନ କରାଯାଇଛି । ବୃନ୍ଦାବତୀଙ୍କ ପାଖରେ କୁଆଁରୀ ଝିଅମାନେ ଆଞ୍ଜୁଳି ଟେକିବା ସହ ଚାନ୍ଦ ଭୋଗ କରିଛନ୍ତି । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଏହି ଅବସରରେ ବିଭିନ୍ନ ପୂଜାମଣ୍ଡପ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି । ଡେଲାଙ୍ଗ ବ୍ଲକର ସାଉରିଆ ଗ୍ରାମର ବାବା ସୋମନାଥ ଦେବ ପୀଠ ପ୍ରାଙ୍ଗଣରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ କରାଯାଇଛି । ସେହିପରି ଘନିପୁର ଗ୍ରାମର ପ୍ରଭୁ ଚୈତନ୍ୟ ଦେବ ମଠ ପ୍ରାଙ୍ଗଣରେ ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି । କଲ୍ୟାଣପୁର ଗ୍ରାମ ଓ ଡେଲାଙ୍ଗ ବଜାର ସମେତ ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବ ମୁଖର ହୋଇ ଉଠିଛି ।

Leave A Reply

Your email address will not be published.