
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ପୋଲିଓ ମୁକ୍ତ ଅଭିଯାନ ନେଇ ସଚେତନତା ରାଲି ଓ ରୋଡ୍ ସୋ ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଆମ୍ବାଗାନ ଛକ, ମଧୁବନ ଛକ, ସେକ୍ଟର-୧ କ୍ଲବ ପରିସର ଏବଂ ସେକ୍ଟର-୨ ଛକ ଦେଇ ପରିକ୍ରମା କରିଥିଲା । ରାଲିରେ ପୋଲିଓ ନିରାକରଣର ବାର୍ତ୍ତା ଦିଆଯାଇଥିଲା । ଏହି ଅବସରରେ ରୋଟାରିଆନ୍ ଅଞ୍ଜନା ମୈତ୍ର, ସରିତା ମଲ୍ଲ, ନମିତା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ବରାଳ, ବୀଣାପାଣି ରଥ, ସୁଚିସ୍ମିତା ବିଶ୍ୱାସ, ଲଳିତା ମୁଦାଲି, ଆଶିଷ ନାୟକ, ବିଭୁ ପ୍ରସାଦ ନାୟକ, ଯଶ ମିଶ୍ର, ପୁତୁଲ ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ । ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଆଲାମ ସିଂ ରୁପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ରୋଟାରାକ୍ଟ ସଦସ୍ୟ ସଭାପତି ଅଭିଷେକ ପ୍ରଧାନ, କୋଷାଧ୍ୟକ୍ଷ ୟାସନା ରୟ, ନିର୍ଦ୍ଦେଶକ ପାୟଲ ଗୁମାନ ସିଂହ ଓ ଅଙ୍କିତା ସ୍ୱାଇଁଙ୍କ ସହ ରୋଟାରାକ୍ଟ କ୍ଲବ ରିମ୍ସର ଗାଇଡ୍ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ । ଅନୁରୂପ ଭାବେ ରୋଟାରାକ୍ଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟର ସଭାପତି ନିଜ ଟିମ୍ ସହ କଲେଜ କ୍ୟାମ୍ପସ ଓ ଦେଓଗାଁ ଅଞ୍ଚଳରେ ମଧ୍ୟ ପୋଲିଓ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରିଥିଲେ ।