jayashree

ଜିଲ୍ଲା ଦଳିତ ସମାଜ ନୂଆଁଖାଇ ଜୁହାର ଭେଟ

  • ଏକତା ହିଁ ବଳ – କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ସଂଗଠିତ ଓ ଏକତ୍ରୀତ ରହିଛି । ଆଜିର ନୂଆଁଖାଇ ଭେଟଘାଟରେ ତାହା ପ୍ରତିଫଳିତ ହୋଇଛି । ଆମେ ସବୁ ସମୟରେ ଜିଲ୍ଲା ଦଳିତ ସମାଜ ସହିତ ରହିଥିଲି, ରହିଛୁଁ ଏବଂ ରହିବୁ ବୋଲି ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ଜିଲ୍ଲା ଦଳିତ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଆୟୋଜକ କମିଟିର ସଭାପତି ମଣ୍ଟୁ ବିଭାର ତଥା ସଂଯୋଜକ ଶମ୍ଭୁ ନାଗ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ସଭାରେ ଅନ୍ୟତମ ଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଅନୁଷ୍ଠାନର ଉପସଭାପତି ରୂପାଲି ମହାନନ୍ଦ, ସିଟ୍ସର ରତିନ୍ଦ୍ର ରାଏ, ବାଲ୍ମିକୀ ସମାଜର ଅକ୍ଷୟ ବନଛୋର, ଜେଡ୍ଡିବିଏମ୍୍‌ର ଅଧ୍ୟକ୍ଷ ନଟରାଜ ନାଗ, ଜିଲ୍ଲା ଦଳିତ ଶିକ୍ଷକ ସଂଘର ସଭାପତି କୃଷ୍ଣଚନ୍ଦ୍ର ବାଗ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇଥିଲେ କିଶୋର କୁମ୍ଭାର । କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ସୁରେଶ ହରିପାଲ (ଛୋଟୁ), ବିଜୟ ଚନ୍ଦ୍ର ବାରିକ, ବାସୁଦେବ ମୁଗ୍ରୀ, ଗୌରୀ ଶଙ୍କର ଛତର, ପବିତ୍ର ନାଗ, ରବି ସୁନା, ଟିକୁରାଜ ନନ୍ଦ, ସୂର୍ଯ୍ୟମଣି ସୁନା, ସୁଶିଲ ହରିପାଲ, ସାଗର କୁମ୍ଭାର, ନବୀନ ନାଗ, ଶମ୍ଭୁପଦ ହରିପାଲ, ନବୀନ ତାଣ୍ଡି, ବିଘ୍ନ ନାଏକ, ରିଣ୍ଟୁ ଠାକୁର, ହେମସାଗର ମହାନନ୍ଦ, ଦଶରଥ ନନ୍ଦ ପ୍ରମୁଖ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କୁନା ବାଗ ଓ ନେପାଲ ଚନ୍ଦ୍ର ବାଗ । ଶେଷରେ ଧନ୍ୟବାଦ ଦେଇଥିଲେ କିଶୋର କୁମ୍ଭାର ।

Leave A Reply

Your email address will not be published.