jayashree

ଶବଦାହ ପାଇଁ ନେଉଥିବା ବେଳେ ମୃତଦେହ ଜବତ କଲା ପୁଲିସ

ଅନୁଗୋଳ : ଶବଦାହ ପାଇଁ ମଶାଣିକୁ ନେଉଥିଲେ ମୃତଦେହ, ହେଲେ ଅଧାବାଟରେ ପହଞ୍ଚି ଜବତ କଲା ପୁଲିସ । ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ଏବେ ସନ୍ଦେହ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ । ସୂଚନା ଅନୁସାରେ, ଗାଁର ମୁଖି ସାହିରେ ରହୁଥିବା ମିଥୁନ ମୁଖି କିଛି ଦିନ ହେବ ପାରିବାରିକ କଳହକୁ ନେଇ ଘରେ ଏକୁଟିଆ ରହୁଥିଲେ । ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ସାହିପଡ଼ିଶାଙ୍କ ସହାୟତାରେ ଶବଦାହ ପାଇଁ ମୃତଦେହକୁ ମଶାଣିକୁ ନେଉଥିଲେ । ଏହି ସମୟରେ ଖବର ପାଇ ବାଗଡ଼ିଆ ଥାନା ପୁଲିସ ମୃତଦେହକୁ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମିଥୁନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଆତ୍ମହତ୍ୟା ନା ହତ୍ୟା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.