jayashree

ସରଗରମ ହୋଇ ଉଠିଛି, ଗଜଲକ୍ଷ୍ମୀ ପୂଜା ସମ୍ଭାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗଜଲକ୍ଷ୍ମୀ ପୂଜା ସମ୍ଭାର ସରଗରମ ହୋଇଉଠିଛି । କୁମାର୍ ଉତ୍ସବ ସାଂଗକୁ ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି, ମା’ ଗଜଲକ୍ଷ୍ମୀଙ୍କ ପୂଜା ସମ୍ଭାର । ଛତ୍ରପୁର ସହରାଞ୍ଚଳର ମେଇନ୍ ରୋଡ଼ ବଣିକ ସଂଘ ପକ୍ଷରୁ ଏବଂ ଲୱେର୍ ବସଷ୍ଟାଣ୍ଡ୍ ସ୍ଥିତ ଲକ୍ଷ୍ମୀବଜାର ଠାରେ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବର୍ଣ୍ଣାଢ଼୍ୟ ସମାରୋହରେ ଗଜଲକ୍ଷ୍ମୀ ପୂଜା ସମ୍ଭାର ଷୋଡଶ ଉପଚାର ବିଧିରେ ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଅୟୋଜନ ହୋଇଛି । ଛତ୍ରପୁର ସହରାଞ୍ଚଳ ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ସମ୍ଭାର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ପୂଜା ମଣ୍ଡପରେ ଢ଼ୋଲ ଝାଞ୍ଜ, ଦେବୀଙ୍କ ଗାହଣ ସଙ୍ଗୀତ ପରିବେଷଣ ସାଂଗକୁ ପୁରୋହିତ ଓ ବେଦ ପଣ୍ତିତଙ୍କ ବେଦମନ୍ତ୍ରରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଛି । ଆସନ୍ତାକାଲି ଠାରୁ ଅର୍ଥାତ୍ ସୋମବାର ପ୍ରାତଃ କାଳରୁ ଆରମ୍ଭ ହୋଇଥିବା କାର୍ତ୍ତିକବ୍ରତ ମାସ ବ୍ୟାପି ପାଳନ ହେଉଛି । ମାସ ବ୍ୟାପି ମଠ-ମନ୍ଦିର ଦିଅଁ ଦେବତାଙ୍କ ସ୍ଥାନରେ ଭକ୍ତଙ୍କ ଗହଳି ଲାଗି ରହିବ, ପ୍ରମୁଖ ସ୍ଥାନ ମାନଙ୍କରେ ଭକ୍ତିମୟ ପରିବେଶ ମଧ୍ୟରେ ଦେବାଳୟ ଗୁଡିକରେ ଉଚ୍ଛୁଳି ପଡିବ । ଏଥି ସାଂଗକୁ ପାର୍ବଣର ଗଜଲକ୍ଷ୍ମୀ ପୂଜା ସମ୍ଭାର ଆହୁରି ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ପୂଜାମଣ୍ଡପ ଗୁଡିକରେ ଅଧିକା ମୁଖରୀତ ହୋଇଉଠିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.