jayashree

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ଇନଫୋଭ୍ୟାଲି-୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ପ୍ରତିଷ୍ଠାନରେ ଆଧୁନିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା କ୍ଷେତ୍ରରେ ତାଲିମ ଏବଂ ଗବେଷଣାକୁ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ଅପରାହ୍ଣ ୪ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ହେଲିକପ୍ଟରରେ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ । କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୩୦୦ରୁ ଅଧିକ ଅଧିକାରୀ ମୁତୟନ ରହିବେ । କାର୍ଯ୍ୟକ୍ରମ ଶେଷ କରି ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.