jayashree

ବାତ୍ୟା ଅର୍ଣ୍ଣବକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ରାୟଗଡ଼ା, (ଅକ୍ଷୟକୁମାରପିଡ଼ିସିକା) : ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ବେଶ୍ ସଜାଗ ରହିଛି ରାୟଗଡା ଜିଲ୍ଲା ପ୍ରଶାସନ । ଏସ୍ଆର୍‌ସିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷ୍ୟତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଲଗାଣ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୮୪ଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ଲ୍ୟାଣ୍ଡଫଲ୍ ପୂର୍ବରୁ ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଭୂସ୍ଖଳନ ଘଟୁଥିବା ୧୧ଟି ସ୍ଥାନକୁ ଚିହ୍ନଟ କରାଯାଇ ସେହି ସ୍ଥାନ ମାନଙ୍କ ପ୍ରତି ସତର୍କ ରହିବାକୁ କ୍ଷେତ୍ର ଅଧିକାରୀଙ୍କୁ କୁହାଯାଇଛି । ଜିଲ୍ଲାର ଗୁଣପୁରରେ ଦୁଇଟି ଓଡ୍ରାଫ୍ ଟିମ୍ ରହିଥିବା ସମୟରେ ସେମାନଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତ୍ତୟନ କରାଯିବା ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି । ସେହିପରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍ ରାୟଗଡାରେ ପହଞ୍ଚିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ସୂଚନା ଦେଇଛନ୍ତି । ଏଣୁ ରାୟଗଡା ଜିଲ୍ଲାକୁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.