
ଭୁବନେଶ୍ୱର : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପିଡ଼ିଓକାଲ ଖବରକାଗଜ (ଓଗାପା) ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସହ ସାକ୍ଷାତ ଓ ଆଲୋଚନା କରି ସରକାରଙ୍କ ତରଫରୁ ମିଳୁଥିବା ପର୍ବପର୍ବାଣୀ ଓ ସ୍ୱତନ୍ତ୍ର ଦିବସ ଅବସରରେ ସମସ୍ତ ବାର୍ତ୍ତାକୁ ଅନୁମୋଦନ ପ୍ରାପ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ପାଦପତ୍ରଗୁଡ଼ିକୁ ପ୍ରଦାନ କରାଯିବା, ଯେଉଁ ସମ୍ବାଦପତ୍ରଗୁଡ଼ିକ ଡିଏଭିପି ଅନୁମୋଦନ ପାଇଛନ୍ତି ସେମାନଙ୍କୁ ଡିଏଭିବି ବିଜ୍ଞାପନ ଦର ଅନୁଯାୟୀ ଲାଗୁ କରାଯିବା, ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କରାଯିବା, ବାର୍ଷିକ ଉତ୍ସବଗୁଡ଼ିକରେ ଅଧା ପୃଷ୍ଠା ବିଜ୍ଞାପନ ପ୍ରଦାନ କରିବା ସମ୍ପର୍କରେ, ରାଜ୍ୟସ୍ତରୀୟ ସାମ୍ବାଦିକଙ୍କୁ ଅସ୍ଥାୟୀ ଅଧିସ୍ୱୀକୃତି ପ୍ରଦାନ କରିବା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଏହି ଦାବି ପତ୍ରକୁ ଗ୍ରହଣ କରି ଏହା ଉପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ସାକ୍ଷାତ ଆଲୋଚନା ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ପ୍ରଣବ କୁମାର ଦାଶ, ଓଗାପାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ଭାଦିକ ରବି ରଥ, ସଭାପତି ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ସାଧାରଣ ସମ୍ପାଦକ ସ୍ୱଦେଶଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ଡ. ଜୀବନ କୁମାର ଦୀକ୍ଷିତ, ରମାକାନ୍ତ ପରିଜା, ଚରଞ୍ଜନ ଦାସ, ଶରତ ଚନ୍ଦ୍ର ଦାଶ, ସତ୍ୟ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।