jayashree

ମାରାଗୁଡା ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ପ୍ରଣବପ୍ରଭା ଇ-ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାର ସୁପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାରାଗୁଡା ସାହିତ୍ୟ ଅନୁଷ୍ଠାନ ଦ୍ୱାରା ତ୍ରିମାସିକ ସାହିତ୍ୟ ଇ-ପତ୍ରିକା ପ୍ରବଣପ୍ରଭା ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଛି । ଅନୁଷ୍ଠାନର ଉପଦେଷ୍ଟା ଅଶୋକ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସହକାରୀ ପ୍ରାଧ୍ୟାପକ ବୁର୍ଲା ମେଡ଼ିକାଲ କଲେଜ ଡ. ଶଙ୍କର ରାମଚନ୍ଦାନୀ, ମୁଖ୍ୟବକ୍ତା ଲକ୍ଷ୍ମଣ ମେହେର ବିଭାଗୀୟ ମୁଖ୍ୟ ଓଡିଆ ବିଭାଗ କୁସଙ୍ଗ ଡିଗ୍ରୀ ମହାବିଦ୍ୟାଳୟ, ସମ୍ମାନିତ ବକ୍ତା ଡ. ଉମାକାନ୍ତ ପ୍ରଧାନ ଅଧ୍ୟାପକ ଜେ. ଏନ୍ ଭି ସଂଗଠନ, ସମ୍ମାନିତ ଅତିଥି ନାରୀକବି ସମାଜସେବୀ ବିଜୟାଲକ୍ଷ୍ମୀ ପଟ୍ଟନାୟକ ଯୋଗଦାନ କରିଥିଲେ । ସର୍ବପ୍ରଥମେ ଅତିଥି ମଞ୍ଚାସୀନ ହେବାପରେ କବୟିତ୍ରୀ ଦିପିକା ହୋତା ପ୍ରାରମ୍ଭିକ ସଂଗୀତ ଗଣେଶ ବନ୍ଦନା କରିଥିଲେ । ମୁଖ୍ୟ ଅତିଥିଙ୍କ ହାତରେ ଇ-ପତ୍ରିକାର ୱେବ୍ ସାଇଟ୍ ଉନ୍ମୋଚିତ ହୋଇ ପତ୍ରିକା ଲୋକାର୍ପଣ କରାଯାଇଥିଲା । ‌ସଂପାଦନା ମଣ୍ଡଳୀର ମୁଖ୍ୟ ଭାରତୀ ହୋତା ନିଜର ସଂପାଦକୀୟ ପଠନ କରିଥିଲେ ଏବଂ କବି ପ୍ରଦୀପ ଦାଶ କବିତା ବିଶେଷାଙ୍କ ବିଷୟରେ ସଂକ୍ଷିପ୍ତ ସମୀକ୍ଷା କରିଥିଲେ । ଅନୁଷ୍ଠାନର ସଭାପତି ରବୀନ୍ଦ୍ର ମିଶ୍ର ମଧ୍ୟ ଆଗାମୀ ଦିନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଅତିଥିଗଣ ସାଂପ୍ରତିକ ଯୁଗରେ ଇ -ପତ୍ରିକାର ଓ ସାହିତ୍ୟର ଅବଦାନ ସଂପର୍କରେ ମତ ଦେଇଥିଲେ । ତତ୍‌ସହ ଉପାନ୍ତରୁ ସିମାନ୍ତ ଯାଏଁ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପ୍ରଣବ ପ୍ରଭାର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିରେ ରାଜ୍ୟର ଅନେକ ପ୍ରତିଷ୍ଠିତ କବି ଲେଖକ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ପତ୍ରିକାର ସଂପାଦନା ମଣ୍ଡଳୀ ଦାୟିତ୍ଵରେ କବି ଡ. ଅମରେଶ ଠାକୁର, ଭାରତୀ ହୋତା, ପ୍ରତିଭା ଦାଶ ତଥା ଡିସମ୍ବର ନିଜର ଦାୟିତ୍ଵ ତୁଲାଇଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ମୁଣ୍ଡ ପରିଚାଳନା କରୁଥିବା ବେଳେ  କବି ଡିସମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ତତ୍‌ସହ ରବୀନ୍ଦ୍ର ମିଶ୍ର, ସତ୍ୟପ୍ରିୟ ପଟ୍ଟନାୟକ, ଜଗତବନ୍ଧୁ ମହାପାତ୍ର, ରବୀନ୍ଦ୍ର ଯୋଷୀ, ରୂପେଶ ମେହେର, ଲୋଚନ ମେହେର, ସୁନିତା ଦାଶ, ବିପ୍ଲବ ବିକାଶ, ନିରାକାର ରାଉତ, ପ୍ରମୋଦ କୁମାର ଠାକୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.