jayashree

କେନ୍ଦ୍ରୀୟ ଛଟ୍‌ ପୂଜା ସମିତି ପକ୍ଷରୁ ଆଗାମୀ ଛଟ୍‌ ପୂଜା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଛଟ୍‌ ପୂଜା ସମିତି ପକ୍ଷରୁ ଆଗାମୀ ଛଟ୍‌ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ସଂଗଠନ ସହ ଜଡ଼ିତ ସଦସ୍ୟମାନେ ଉପସ୍ଥିତ ଥିଲେ । ଗତ ବର୍ଷର ଛଟ୍‌ ପୂଜାର ସମୀକ୍ଷା ସହ ଆସନ୍ତା ଛଟ୍‌ ପୂଜା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଛି । ବୈଠକରେ କୁହାଯାଇଛି ଯେ, ଗତବର୍ଷ ରାଉରକେଲା ପ୍ରଶାସନ, ରାଉରକେଲା ପୁଲିସ ଏବଂ ରାଉରକେଲା ଇସ୍ପାତ କାରଖାନାର ଭରପୂର ସହଯୋଗ ମିଳିଥିଲା ଏବଂ ଆଶା କରାଯାଉଛି ଏ ବର୍ଷ ମଧ୍ୟ ସେହିଭଳି ସହଯୋଗ ମିଳିବ । ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ, ଛଟ୍‌ ପୂଜାରେ ଛୁଟି ଘୋଷଣା ପାଇଁ ଓଡ଼ିଶା ସରକାରଙ୍କୁ ପତ୍ର ଲେଖାଯିବ, ସହ ରାଉରକେଲା ଓ ଆଖପାଖ ଘାଟଗୁଡିକୁ ମରାମତି କରାଯିବା ଏବଂ କିଛି ନୂଆଘାଟ ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ କରାଯିବ । ବୈଠକରେ ପୂର୍ବତନ ସଂଯୋଜକ କୃଷ୍ଣା ସାହୁ, ରଞ୍ଜୟ ପ୍ରସାଦ, ବେଦ ପ୍ରକାଶ ତିୱାରୀ, ମୁନୀନ୍ଦ୍ର ସିଂହ, ମନୀଷ ତିୱାରୀ, ହରି ଶଙ୍କର ସାହ, ଜିତୁ ରାୟ, ଓପି ସିଂହ ପ୍ରମୁଖ ଉପସ୍ଥିତ ଥିଲେ । କୃଷ୍ଣା ସାହୁ କହିଛନ୍ତି ଯେ, ରାଜ୍ୟସଭା ସାଂସଦ, ସୁନ୍ଦରଗଡ଼ ସାଂସଦ ଏବଂ ସୁନ୍ଦରଗଡ଼ର ସାତ ବିଧାୟକଙ୍କ ଭରପୂର ସହଯୋଗ ଛଟ୍‌ ପୂଜାରେ ମିଳିଥାଏ । ବେଦ ପ୍ରକାଶ ତିୱାରୀ କହିଛନ୍ତି ଶ୍ରଦ୍ଧାଳୁମାନଙ୍କୁ ଆହୁରି କିପରି ସୁବିଧା ଯୋଗାଇ ଦିଆଯିବ ସେନେଇ ବିସ୍ତୃତ ଆଲୋଚନା ଆବଶ୍ୟକ । ରଞ୍ଜୟ ପ୍ରସାଦ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ସମସ୍ତଙ୍କ ସହଯୋଗରୁ ଗତ ବର୍ଷ ଛଟ୍‌ ପୂଜା ବହୁତ ହର୍ଷୋଲ୍ଲାସ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.