jayashree

ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ

ରାଉରକେଲା, (କେପିଏନ୍‌ଏସ୍‌) : ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ । ବିଭିନ୍ନ ଦାବି ନେଇ ଦେଶବ୍ୟାପୀ ଏକଦିନିଆ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସର ଆହ୍ୱାନକ୍ରମେ ରାଉରକେଲା ବିସରାଚୌକସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଶାଖା ସମ୍ମୁଖରେ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରାୟ ୩୦୦ ଜଣ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ କର୍ମଚାରୀ ଏଥିରେ ସାମିଲ ହୋଇ ଦାବି ପୂରଣ ପାଇଁ ନାରାବାଜି କରିଥିଲେ । କର୍ମଚାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ୫ ଦିନିଆ ବ୍ୟାଙ୍କିଂ କାର୍ଯ୍ୟ ସପ୍ତାହ ଲାଗୁ, ଭେଦଭାବମୂଳକ ପିଏଲଆଇ ଢାଞ୍ଚା ପ୍ରତ୍ୟାହାର, ପେନସନ୍ ଅପଡେଟ୍ ସହ ପୁରୁଣା ପେନସନ୍ ଯୋଜନା ଲାଗୁ ଏବଂ ବ୍ୟାଙ୍କଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ରହିଛି । ଦୀର୍ଘଦିନ ଧରି ଦାବି ହେଉଥିଲେ ମଧ୍ୟ ସମାଧାନ ନ ହେବାରୁ ଏହି ଆନ୍ଦୋଳନ କରାଯାଉଥିବା ୟୁନିୟନ୍ ନେତାମାନେ କହିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ୨୮ରୁ ୩୦ ସେପ୍ଟେମ୍ବର ତିନିଦିନିଆ ଧର୍ମଘଟ ଏବଂ ପରବର୍ତ୍ତୀ ସମୟରେ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଯିବାକୁ ୟୁନିୟନ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.