jayashree

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ଫାଇନାଲରେ ବିକେସି ୟୁନାଇଟେଡ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଦ୍ୱିତୀୟ ସେମିଫାଇନାଲ ଖେଳରେ ବିିକେସି ୟୁନାଇଟେଡ ବଲାଙ୍ଗିର ୧-୦ ଗୋଲରେ ଏମ୍‌ଏମ୍‌ଏଏ ବାଦିବାହାଲକୁ ହରାଇ ଫାଇନାଲକୁ ଉନ୍ନିତ ହୋଇଛି । ବିକେସି ୟୁନାଇଟେଡ ତରଫରୁ ମୁକେଶ ନାଏକ ଗୋଟିଏ ଗୋଲ ସ୍କୋର କରିଥିଲେ । ଅତିଥି ଭାବେ ଓଡିଶା ଫୁଟବଲ ସଂଘ (ଫାଓ) କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପହ୍ଲାଦ ଶତପଥି, ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଓ ବରିଷ୍ଠ ସଦସ୍ୟ ମୋହିନୀ ମୋହନ ମିଶ୍ର ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କ୍ରିଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଶିଶିର କୁମାର ବହିଦାର ଓ ଡା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ସଂଜନ କୁଦେଇ, ଲବ ସୁନାନି, ମଳୟ ଘିବେଲା ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । ଶନିବାର ଗାନ୍ଧୀ ଷ୍ଟାଡିୟମ ଠାରେ ଜିୱାଇଡିସି ନକଟାସର ବନାମ ବିକେସି ୟୁନାଇଟେଡ୍‌ ବଲାଙ୍ଗିର ମଧ୍ୟରେ ଫାଇନାଲ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.