
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସଂସଦ ଆନୁକୂଲ୍ୟରେ କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ପଲ୍ଲୀ ବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଇବାହାଲ ଖେଳପଡିଆରେ ଆୟୋଜିତ ହୋଇଥିଲା । କୁଇବାହାଲ ଜୋନ ସଭାପତି ପ୍ରସନ୍ନ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଞ୍ଚ ବିଳାସ ପୁଟେଲ ମୁଖ୍ୟ ଅତିଥି, ବ୍ଲକ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ମାନ୍ଦଲା ସିଆରସିସି ଧନସିଂ ମାଝୀ, ହିଆଲ ସିଆରସିସି ବିରଞ୍ଚି ନାରାୟଣ ଦାଶ, ସମାଜସେବୀ ସୁବାଷ ପୁଟେଲ, ପ୍ରଧାନ ଶିକ୍ଷକ କାଡେଶ୍ୱର ମୁର୍ମୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜୋନ ସମ୍ପାଦକ କୃଷ୍ଣଚନ୍ଦ୍ର ବାରିକ ସଭା ପରିଚାଳନା କରିଥିଲେ । ଚଉଦ ବର୍ଷରୁ କମ୍ ଓ ସତର ବର୍ଷରୁ କମ୍ ବାଳକ ବାଳିକା ମାନଙ୍କ ମଧ୍ୟରେ ଖୋଖୋ, କବାଡି, ଯୋଗାସନ, ବେଡମିଣ୍ଟନ, ଫୁଟବଲ ଖେଳ କରାଯାଇଥିଲା । ପ୍ରତ୍ୟେକ ଖେଳରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳୀ ମାନଙ୍କୁ ବ୍ଲକ ଦଳ ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଖେଳ ଶିକ୍ଷକ ଅମିତ ପାଣିଗ୍ରାହୀ, ପ୍ରବୀର ସାହୁ, ଆଶୀଷ ସା, ଖଗେଶ୍ୱର ମାଝୀ ତଥା ବିଦ୍ୟାଳୟର ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ ।