jayashree

ଦୁର୍ଘଟଣାରେ ଗୁରୁତର ନାବାଳକ : ତୁରନ୍ତ ଚିକିତ୍ସାଳୟ ନେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ନାବାଳକ ଜଣକ ପିପିଲିପାଲି ଗ୍ରାମର ସୁଶାନ୍ତ ପଞ୍ଚବିହାରଙ୍କ ପୁଅ ଶୁଭ୍ରଜିତ ପଞ୍ଚବିହାର ବୋଲି ଜଣାପଡ଼ିଛି । ସେ ମେଟ୍ରିକ ଟ୍ୟୁସନ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ଏକ କୁକୁର ରାସ୍ତାକୁ ଦୌଡ଼ି ଆସିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଶୁଭ୍ରଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘଟଣା ସମୟରେ ସେହି ରାସ୍ତା ଦେଇ ଯାଉଥିବା ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ତାଙ୍କୁ ନିଜ କାରରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଶୁଭ୍ରଜିତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ଏବଂ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରିଥିଲେ । ପରେ ଶୁଭ୍ରଜିତଙ୍କ ମୋବାଇଲ ଫୋନ ମାଧ୍ୟମରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.