jayashree

ପୂଜା ପାଇବେ ୨୨ଫୁଟ୍‌ର ମୂର୍ତ୍ତି : ପ୍ରସ୍ତୁତ ହେଉଛି ୧୫୦ ଫୁଟ ପେଣ୍ଡାଲ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ୍ ସ୍ଥିତ ସିଭିଲ ଚାଜର୍ସ କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ ୨୨ଫୁଟ୍‌ର ଶ୍ରୀ ଗଣେଶଙ୍କ ମୂର୍ତ୍ତି ଓ ୧୫୦ ଫୁଟ ପେଣ୍ଡାଲ ପ୍ରସ୍ତୁତ କରାଯାଉଛି । ଏନେଇ ସ୍ଥାନୀୟ ମଡର୍ଣ୍ଣ ପଡିଆ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଚଳିତ ବର୍ଷ କ୍ଲବ ତରଫରୁ ୧୯ ବର୍ଷରେ ପୂଜା ପଦାର୍ପଣ କରିଥିବା ବେଳେ ଏହାକୁ ଅଧିକ ଜାକଜମକରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କଲିକତାରୁ ଆସିଥିବା ପେଣ୍ଡାଲ ଓ ମୂର୍ତ୍ତି କାରିଗର ଦିନରାତି ଏକ କରି କାମରେ ଲାଗିଛନ୍ତି । ଚଳିତ ବର୍ଷ କାଚରେ ମୂର୍ତ୍ତି ଓ ପ୍ୟାରିସର ଡିଜିନିୱ।ଲ୍ଡ ଡିଜାଇନର ତୋରଣ ପ୍ରସ୍ତୁତ କରାଯାଉଛି ଯାହା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରେଷ୍ଠ ଆକର୍ଷଣ ହେବ । ଆସନ୍ତା ୧୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ନୃତ୍ୟ, ଡ୍ରଇଂ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରାୟ ୪୦ରୁ ୫୦ ଲକ୍ଷ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ବିଶ୍ୱଜିତ ତ୍ରିପାଠୀଙ୍କ ସଂଯୋଜନାରେ କ୍ଲବର ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ, ସଭାପତି ପ୍ରତାପ ସାହୁ, ସାଧାରଣ ସଂପାଦକ ଦିପ୍ତି ରଞ୍ଜନ ପରିଡା, କାର୍ଯ୍ୟକାରୀ ସଭାପତି ପିଙ୍କୁ ଜୟଶ୍ୱାଲ, ଉପଦେଷ୍ଟା ଅଜୟ ସିଂହଲ, ପ୍ରମୋଦ ନାୟକ, ପୁଷ୍ପା ଲେଙ୍କା, ସୁବାସ ପଣ୍ଡା, ଶ୍ରୀଧର ମଲ୍ଲିକ, ପ୍ରଦୀପ ଗୁପ୍ତା, ମନୋଜ ଜୈନ, ପ୍ରମୋଦ ଜୟଶ୍ୱାଲ, ରମେନ୍ଦ୍ର ନାରାୟଣ ନାୟକ, ଦିଲ୍ଲୀପ ମହାନ୍ତି, ବିଜୟ ଯୋଶୀ ପ୍ରମୁଖ ମଞ୍ଚାସୀନ ରହି ଏ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାଜେଶ ମଲ୍ଲିକ, ଆଶ୍ରିବାଦ ଦାସ, ଶୁଭମ ନାୟକ, ଆୟୁଷ ଅଭିନନ୍ଦନ, ଅଂଶୁମାନ ସୁତାର, ସତ୍ୟ ମହାପାତ୍ର, ସ୍ମୃତି ମହାପାତ୍ର, ବୁବୁନ ପ୍ରଧାନ, ସନତ ଜେନା, ମୃତ୍ୟୁଞ୍ଜୟ ମାହନ୍ତ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.