ବାଇକ ଆରୋହୀକୁ ପଛରୁ ଗୋଡେଇ ଖଲର୍ଦା ବ୍ରିଜ ନିକଟରେ ଛୁରୀ ଦେଖାଇ ଆତଙ୍କ ରଚିଲେ ଦୁର୍ବୃତ୍ତ

csstore

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦା ବ୍ରିଜଠାରେ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖାଇ ଗତକାଲି ସନ୍ଧ୍ୟା ୫ ଘଟିକାରେ ଲୁଟ କରି ଫେରାର ହୋଇଯାଇଛନ୍ତି । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ହେଲା ଜଗତସିଂହ ପୁର ମାଛ ଗାଁର ଜନାର୍ଦ୍ଦନ ସାହୁ ବୟସ ୨୯ ସେ ତାଙ୍କ ନିଜ ଗାଁ ମାଛ ଗାଁରୁ ତାଙ୍କ ବୁଲେଟ ବାଇକରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବାବେଳେ କଟକ ସଦର ଥାନା ଖଲର୍ଦା ନୂଆ ବ୍ରିଜ ନିକଟରେ ପରିସ୍ରା କରୁଥିବା ବେଳେ ୪୨ମୌଜା ପଟୁ ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ହଠାତ ତାଙ୍କ ପାଖରେ ପହଂଚି ପାଖରେ ରଖିଥିବା ଛୁରାକୁ ଦେଖାଇ ତାଙ୍କୁ କୋରକୋରା ନଦୀ ବନ୍ଧକୁ ନେଇ ତାଙ୍କଠୁ ଏକ ଆଇଫୋନ, ନଗଦ ଟଙ୍କା ଓ ସେ ପିନ୍ଧିଥିବା ସୁନା ଚେନ, ପାଖରେ ଥିବା ଏଟିଏମକୁ ନେଇ ଆସିଥିବା ବାଟରେ ଫେରି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ କଟକ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ତୁଷାରକାନ୍ତ ସେଠୀ ଓ ତାଙ୍କ ଟିମ ପହଂଚି ଲୁଟରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଚଲାଇଛନ୍ତି । ସନ୍ଧ୍ୟା ସମୟରେ ଏଭଳି ଲୁଟ ହୋଇଥିବାରୁ ଖଲର୍ଦା ଗ୍ରାମର ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଜାଗାଟି ଜନବହୁଳ ଛକ ହୋଇଥିବାରୁ ଏଠାରେ କିଭଳି ଲୁଟେରା ଲୁଟ କରିବା ପାଇଁ ସାହସ କଲେ ସାଧାରଣ ଲୋକ ସ୍ତବ୍ଧ ହୋଇଯାଇଛନ୍ତି । ସନ୍ଧ୍ୟା ସମୟରେ ଏହି ବ୍ରିଜ ନିକଟକୁ ଆଖପାଖ ଅଞ୍ଚଳର ଲୋକ ସନ୍ଧ୍ୟା ଭ୍ରମଣ ପାଇଁ ଆସିଥାନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ ସନ୍ଧ୍ୟା ସମୟରେ ପୋଲିସ ପେଟ୍ରୋଲିଂ କରିବା ନିହାତି ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି । ଏହି ଲୁଟରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଚି଼ହ୍ନଟ କରି ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସେଠି କହିଛନ୍ତି ।

Leave A Reply

Your email address will not be published.