- ପ୍ରତିକାର ପାଇଁ ଦାବୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କ୍ୟାମ୍ପସ ତଥା ଛତ୍ରପୁର ସଦର ଦପ୍ତରାଞ୍ଚଳର ଜିଲ୍ଲାଟ୍ରେଜରୀ ଅଫିସ୍ ମୁଖ୍ୟଫାଟକ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ସାମାନ୍ୟ ହାଲ୍କା ପବନ ବହିବାବେଳେ କଦମ୍ବଗଛର ଏକ ପଲା ଶାଖା ଭାଙ୍ଗିଯିବା ଫଳରେ ରାସ୍ତା ଅବରୋଧ ହୋଇରହିଥିଲା । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଏଠାରେ ସୂଚନା ଯୋଗ୍ୟ ଯେ’ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରାଞ୍ଚଳରେ ଲଗାଯାଇଥିବା ଗଛ ଗୁଡ଼ିକ ବିଦ୍ୟୁତ୍ ବତୀଖୁଣ୍ଟକୁ ଲାଗି ପ୍ରଜ୍ଜ୍ୱଳିତ ବତୀକୁ ଘୋଡେଇ ହୋଇ ଆଲୋକକୁ ଅବରୋଧ କରି ଆସୁଥିବା ବେଳେ ଅନେକ ଗଛର ଶାଖାପ୍ରଶାଖା ଗୁଡ଼ିକ ନଇପଡ଼ି ରାସ୍ତାରେ ଯାଆ ଆସ କରୁଥିବା ଲୋକଙ୍କ ମୁଣ୍ଡକୁ ବାଜୁଛି । ବାଇକ୍ ଓ କାର୍ ଆଦି ଛୋଟବଡ଼ ଯାନବାହନ ଚଳାଚଳ ବେଳେ ବାଇକ୍ ଆରୋହୀଙ୍କୁ ଓ ଯାନବାହାନ ଆଦି ପାର୍ଶ୍ୱ ଦେଇ ଅତିକ୍ରମ କଲାବେଳେ କ୍ଷତିଗ୍ରସ୍ତ ହେଉଥିବାର ନଜରକୁ ଆସୁଛି । ତେଣୁ ରାସ୍ତା ଅତିକ୍ରମ କରିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ଗଛ ଗୁଡ଼ିକ ଦ୍ୱାରା ଲୋକମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ତେଣୁ ସଦର ଦପ୍ତରାଞ୍ଚଳର ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡିକୁ ଆଂଶିକ ଡାଳ କାଟି ଗଛ ସାଇଜ୍ କରିବାକୁ ସାଧାରଣରେ ଦାବୀ ହେଉଅଛି । ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଅନୁରୋଧ କରାଯାଉଛି ।
