ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ଏନ୍.ଏ.ସି. ଉପ-ନଗରପାଳ ତଥା ବିଜେପି ନେତା ବସନ୍ତ କୁମାର ବେହେରାଙ୍କ ମାତୃ ବିୟୋଗନ୍ତାକ ଶୋକ ଖବର ପାଇ ତାଙ୍କରି ବାସଭବନରେ ବହୁ ବିଜେପି ନେତା କର୍ମୀ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସାଂଗକୁ ବସନ୍ତ ବାବୁଙ୍କୁ ସାନ୍ତ୍ଵନା ଦେଇଆସୁଛନ୍ତି । ଦଶାହ ଦିବସ ପାଳନ ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ସକାଳେ ତାଙ୍କରି ବାସଭବନରେ ପହଞ୍ଚି ସ୍ୱର୍ଗତ ଆତ୍ମାଙ୍କ ପ୍ରତିକୃତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସଦଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ଗତି କାମନା କରିଛନ୍ତି । ଏହି ଦିବସ ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ପୌର ଅଧ୍ୟକ୍ଷାଙ୍କ ସ୍ଵାମୀ ଆଡଭୋକେଟ୍ କେ. ଚନ୍ଦ୍ର ଶେଖର ରେଡ୍ଡୀ, ବିଜେପି ନେତା ସଞ୍ଜିତ କୁମାର ରାଉଳ, ଚୈତନ୍ୟ ପ୍ରଧାନ, ବିଧାୟକ ପ୍ରତିନିଧି ବନୋଜ ନାହକ, ପ୍ରଫୁଲ୍ଲ ପଣ୍ଡା, ରାଜେନ୍ଦ୍ର ପଲେଇ, ଗଣମାଧ୍ୟମ ପ୍ରତିନିଧି ବିସ୍ମୟ ପ୍ରଧାନ, ନିମାଇଁ ଚରଣ ପଣ୍ଡା, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖ ଯୋଗଦେଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
Next Post
