jayashree

ଭଞ୍ଜନଗରରେ ଅବସ୍ଥାପିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉନ୍ନତିମୂଳକ ଦିଗରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଭଞ୍ଜନଗରରେ ଅବସ୍ଥାପିତ ସର୍ବ ପୁରାତନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଗତି କରି ଆସୁଅଛି । ୧୯୬୦ମସିହାରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହୋଇଆସୁଥିବା ବେଳେ ଏହି ମହାବିଦ୍ୟାଳୟର ଶିକ୍ଷା, ଭିତ୍ତିଭୂମି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସୁନାମ ରହିଛି । ତଥାପି ଆହୁରି କିଛି ବିକାଶ କଲେଜର କରିବା ଆବଶ୍ୟକତା ରହିଛି । ତେଣୁ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଥିବା ନୂତନ ଅଧ୍ୟକ୍ଷ ଡଃ. ଗଗନ ବିହାରୀ ପୁରୋହିତ କଲେଜର ଆଉ କିଛି ବିକାଶ କରିବା ଲକ୍ଷ୍ୟ ରଖିଛନ୍ତି । ତେଣୁ ସୋମବାର ସେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ କଲେଜର ଉନ୍ନତି ପାଇଁ ସହଯୋଗ କାମନା କରିଥିଲେ । ଏହି ସମୟରେ ବିଧାୟକ ନାୟକ କହିଥିଲେ କଲେଜର ଅନେକ କିଛି ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି । ପର୍ଯ୍ୟାୟ କ୍ରମେ ଅର୍ଥ ଆସୁଛି ବିକାଶ ପାଇଁ କଲେଜର ପୁରାତନ ଛାତ୍ରନେତା ଭାବେ ମୋ କଲେଜର ବିକାଶ କରିବା ମୋର ପ୍ରମୁଖ କର୍ତ୍ତବ୍ୟ । ଆଗାମୀ ଦିନରେ କଲେଜର ବିକାଶ ପାଇଁ ଯାହା ସାହାଯ୍ୟ ସହଯୋଗ ଲୋଡ଼ା ଯୋଗାଇଦେବି ବୋଲି ବିଧାୟକ ନାୟକ କହିଥିଲେ । ଏହି ସମୟରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଆର ହରିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଅଧ୍ୟକ୍ଷ ପୁରୋହିତ ଭଞ୍ଜନଗର ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମାଶଙ୍କର ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ୱାଗତ କରିବା ସହ କଲେଜର ଉନ୍ନତି ପାଇଁ ସହଯୋଗ କାମନା କରିଥିଲେ । ଉପଜିଲ୍ଲାପାଳ ବେହେରା ଯାହା ଆଇନ ଅନୁଯାୟୀ ହୋଇପାରିବ ତାହା ସମସ୍ତେ ମିଳିମିଶି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଆର ହରିଶ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.