jayashree

ଆଗଲପୁର ରାଣୀବନ୍ଧର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଦାବି    

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଥିବା ରାଣୀବନ୍ଧକୁ ସରକାରୀ ସ୍ତରରୁ ଅମୃତ ସରୋବର ନାମରେ ମାନ୍ୟତା ପାଇ ଆସିଥିବା ଅନୁଦାନ ରାଶିକୁ କାର୍ଯ୍ୟରେ ଲଗାଯାଇ ଉନ୍ନତିକରଣ, ଆଲୋକୀକରଣ, ବୃକ୍ଷ ରୋପଣ, ପଥର ପେଚିଂ, ପାହାଚ ଘାଟ, ଘାସ ରୋପଣ, ମାଟି ଉନ୍ନତି ତଥା ସଫାସୁତୁରା କରିବା ପାଇଁ ଆସିଥିବା ୨୯ଲକ୍ଷ ଟଙ୍କା ଅନୁଦାନ ଅର୍ଥ କାର୍ଯ୍ୟ କରାଯାଉଥିଲା । ହେଲେ ଉକ୍ତ ସମୟର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ କିଶୋର ପୋଢଙ୍କୁ ସିଏଫ୍‌ସି, ଏସ୍‌ଏଫସି, ଟିଏଫ୍‌ସି, ଏନ୍ଆର୍‌ଇଜିଏ, ଭତ୍ତା, ପିଡିଏସ୍‌ ତଥା ଅନ୍ୟାନ୍ୟ କାର୍ଯ୍ୟର ଅନୀୟମିତତା ଯୋଗୁଁ ନିଲମ୍ବିତ କରିବା ସହ ସରପଞ୍ଚଙ୍କୁ ମଧ୍ୟ ପଦବୀରୁ ନିଲମ୍ବିତ କରାଯାଇଥିଲା । ସେହିଦିନ ଠାରୁ ରାଣୀ ବନ୍ଧର କାର୍ଯ୍ୟ ଅସମ୍ପୂର୍ଣ୍ଣ ହେବାସହ ବିଲ ମଧ୍ୟ କରାଯାଇ ନଥିଲା । ସେହି ସମୟରେ ପିଇଓଙ୍କୁ ବ୍ଲକ ବିଡିଓ ସମସ୍ତ କାଗଜପତ୍ର ପ୍ରଦାନ ପୂର୍ବକ ଯାଞ୍ଚ ସକାଶେ ସମୟ ଦେଇଥିଲେ । କିନ୍ତୁ ଉକ୍ତ କାମମାନଙ୍କର‌ କାଗଜପତ୍ର ଦେଇ ନ ପାରିବାରୁ ନିଲମ୍ବିତ କରିବା ସହିତ ପିଇଓ ହାଜତକୁ ଯାଇଥିଲେ । ସରପଞ୍ଚ ନିଲମ୍ବିତ ହେବା ପରେ ନାଏକ ସରପଞ୍ଚ ଦାୟିତ୍ୱରେ ଥିଲେ । ଏବେ ୫ /୫/୨୦୨୬ ତାରିଖରୁ ପୁଣି ନନ୍ଦିନୀ ମେହେରଙ୍କୁ ଏକ ମାସ ପାଇଁ ଅସ୍ଥାୟୀ ନିଯୁକ୍ତି ଦେଇ ୩ ବର୍ଷର କାମ କାଗଜପତ୍ର ମାନ ୩୦ ଦିନରେ ଉପସ୍ଥାପନ ନ କଲେ ସରପଞ୍ଚ ପୁଣି ପଦବୀ ହରାଇବେ ବୋଲି ବିଡିଓ ମହାପାତ୍ର କୁଲଦୀପ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶ ମୁତାବକ ଆସନ୍ତା ୪/୬/୨୦୨୬ ତାରିଖ ଦିନ ସମସ୍ତ କାଗଜ ପତ୍ର ଉପସ୍ଥାପନ ପାଇ ବିଡ଼ିଓ ସୂଚନା ଦେଇଛନ୍ତି । ଏହି ସମୟ ସୀମା ମଧ୍ୟରେ କାଗଜପତ୍ର ବିଡିଓଙ୍କ ଅଫିସରେ‌ ଦାଖଲ କଲେ ଅଡିଟ କରାଯାଇ ଠିକ୍‌ ଅଛି କି ନାହିଁ ତଦାରଖ‌ କରି ଜିଲ୍ଲାପାଳ, ଓଡ଼ିଶା ଗ୍ରାମ ପଞ୍ଚାୟତ ବିଭାଗକୁ ଜଣାଇବେ ବୋଲି ସୂଚନା ମିଳିଛି । ଯଦି ଠିକ୍‌ ଥାଏ । ତେବେ ଆଦେଶ ମୁତାବକ ସରପଞ୍ଚ ଦାୟିତ୍ୱରେ ରହି ଗ୍ରାମପଞ୍ଚାୟତର ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ରାଜ୍ୟ ସରକାରଙ୍କ ଚିଠିରେ ଉଲ୍ଲେଖ ରହିଛି ବୋଲି ଆଗଲପୁର ବିଡିଓ ମହାପାତ୍ର କୁଳଦୀପ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.