
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଦ ପିଇ ମାତାଲ ହୋଇ ଝଗଡ଼ା ହେବା ପରେ ବଡଭାଇ ନେଲା ସାନ ଭାଇର ଜୀବନ । ଏହି ଘଟଣା ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଞ୍ଚର ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଞ୍ଚର ନିବାସୀ କପିଲ ଓ ତାଙ୍କ ସାବତ ମା ପୁଅ ଭାଇ ଜିତେନ ଆଜି ଦ୍ଵିପହର ସମୟରେ ଏକ ସ୍ଥାନରେ ଉଭୟେ ମଦ ପିଇଲେ। ମଦ ପିଇବା ଅବସ୍ଥାରେ ହିିଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ସେହି ଝଗଡ଼ା ଯେଦେବେଳେ ଦୁଇ ଭାଇ ଘରକୁ ଆସିଲେ, ଉଗ୍ର ରୂପ ନେଇଥିଲା ଓ ବାଡ଼ିଆ ପିଟା ହୋଇଥିଲେ । ତେବେ ବଡ ଭାଇ କପିଲ ଜୋରରେ ସାନ ଭାଇ ଜିତେନକୁ ମାଡ ମାରିବା ସହ ଛୁରୀରେ ଆକ୍ରମଣ କରିବା ଫଳରେ ସେ ବେହୋସ ହୋଇ ଯାଇଥିଲେ । ନିଜେ ବଡ ଭାଇ କପିଲ ସାନ ଭାଇକୁ ଧରି ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ଜିତେନକୁ ମୃତ ଘୋଷଣା କରିଛନ୍ତି । ଶବ ଗୃହରେ ଜିତେନଙ୍କ ମୃତଦେହକୁ ରଖା ଯାଇଥିବା ବେଳେ ମାରିଥିବା ବଡ ଭାଇ କପିଲକୁ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି । ତେବେ ମଦ ନିଶାରେ ଦୁଇ ଭାଇଙ୍କ ଭିତରେ କୌଣସି କଥାକୁ ନେଇ ଯୁକ୍ତି ତର୍କ, କଥା କଟାକଟି ହୋଇ ମାରପିଟ ହେବା ପରେ ଶେଷରେ ବଡ ଭାଇ କପିଲର ହାତରେ ସାନ ଭାଇ ଜିତେନଙ୍କ ଜୀବନ ଚାଲିଯାଇଛି । ହତ୍ୟାର କାରଣ ନିଶା ଓ ରାଗ ବୋଲି ସହରରେ ଆଲୋଚନା ହେଉଛି।